ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା ଯୋଗାଣ ବିଭାଗ ର ଚଞ୍ଚକତା। ପଞ୍ଚାୟତ ସ୍ତରରେ ଭୂତ ନାମରେ ଉଠୁଛି ପିଡ଼ିଏସ ଚାଉଳ।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ସଢା ପଞ୍ଚାୟତ ରୁ ଆସିଛି ଏମିତି ଅଭିଯୋଗ।ଏହି ପଞ୍ଚାୟତ ରେ ଜାଡ଼ି ପରିଡ଼ା ରେଶନ କାର୍ଡ ନମ୍ୱର୍ ୧୮୦୭୨୫୧୧୩୨୫ ହୋଇଥିବା ବେଳେ ସେ ୨୧- ୮- ୨୦୨୧ରେ ମୃତ୍ୟୁବରଣ କରିଛନ୍ତି।କିନ୍ତୁ ତାଙ୍କ ପରିବାରବର୍ଗଙ୍କୁ କାର୍ଡ କଟି ଯାଇଥିବା କହି ପିଡ଼ିଏସ ଚାଉଳ ନଦେଇ ଫେରାଇ ଦେଇଥିଲେ।ସୂଚନା ଅଧିକାର ଆଇନ ବଳରେ ମାଗିବା ପରେ ପଦାକୁ ଆସିଲା ଯୋଗାଣ ବିଭାଗ ର ଚଂଚକତା।ଆହୁରି ଅନେକ ଏହିଭଳି ଅଭିଯୋଗ ଥିବାବେଳେ ହିତାଧିକାରୀମାନେ ଠିକ୍ ସମୟରେ ପିଡ଼ିଏସ ସାମଗ୍ରୀ ପାଉନଥିବା ଅଭିଯୋଗ କରିଛନ୍ତି।ପଞ୍ଚାୟତ ମାଧ୍ୟମରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରିବା ପାଇଁ ସରପଞ୍ଚ ଦାବି କରିଛନ୍ତି।

Related post

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…
କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

ଫୋକସପ୍ଲସ 22/05/2023(ବ୍ୟୁରୋ) :କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ | ଯଦି ଆପଣ କେଶ ଉପୁଡିବା , କେଶଝଡ଼ିବା ଏବଂ ଅନେକ କେଶର କ୍ଷତି,…

Leave a Reply

Your email address will not be published. Required fields are marked *