ଗିରଫ ହେଲେ ରସିକିଆ ଶିକ୍ଷକ
- Breaking newsଆଞ୍ଚଳିକମୁଖ୍ୟ ଖବରରାଜ୍ୟସ୍ପେସିଆଲ ଷ୍ଟୋରି
- March 31, 2023
- No Comment
- 85
ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ ଜଣଙ୍କୁ ହଲାପଟା ହେବାକୁ ପଡ଼ିଛି।ଖବର ପାଇ ଏବିଇଓ ସୁବାଷ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ପହଞ୍ଚି ତଦନ୍ତ କରିବା ସହିତ ଶିକ୍ଷକ ଙ୍କୁ ଗିରଫ କରିଛନ୍ତି। ଶିକ୍ଷକ ଜଣକ ହେଉଛନ୍ତି ହାଟଡ଼ିହି ବ୍ଲକ ହବଳେଶ୍ୱର ପଂଚାୟତ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତି। ସେ ତେଲକୋଇ ବ୍ଲକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେ ବିଭିନ୍ନ ସମୟରେ ଅଫିସକୁ ଡାକି ଛାତ୍ରୀଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ହାତ ମାରିବା ସହିତ ଗାଲରେ ଚୁମା ଦେଇଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଜଣେ କି ଦୁଇଜଣ ନାହିଁ, ୧୪/୧୫ ଜଣ ଛାତ୍ରୀ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି।ଏନେଇ ଥାନାରେ ମଧ୍ୟ ସ୍କୁଲ କମିଟି ଓ ଅଭିଭାବକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ଶିକ୍ଷକ ଙ୍କୁ ଗିରଫ କରିଛି। ସେ ନିଜକୁ ଜନେ ସାହିତ୍ୟିକ ଭାବେ ପରିଚୟ ଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସମ୍ଭର୍ଧିତ ମଧ୍ୟ ହୋଇଛନ୍ତି।