ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ ନିର୍ବାଚନ ରେ ଜିତିବା ପରେ ସେହି ପଞ୍ଚାୟତ ର ପରାଜିତ ପ୍ରାର୍ଥୀ ଦେବକୀଙ୍କ ସ୍ବାମୀ ପ୍ରଭାତ ପୃଷ୍ଟି ବିଭିନ୍ନ ସମୟରେ ହଇରାଣ ହରକତ କରି ଆସୁଛନ୍ତି। ପଞ୍ଚାୟତର ଏକ ସରକାରୀ ଜମିକୁ ପ୍ରଭାତ କବଜା କରିବାକୁ ଷଡ଼ଯନ୍ତ୍ର କରିଥଲେ। ମାତ୍ର ସରପଂଚ ଏ ନେଇ ପ୍ରଶାସନରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ହୋଇଥଲା। ଫଳରେ ଏଥିରେ ରାଗ ରଖି ଗତ ମାର୍ଚ୍ଚ ୨୧ ତାରିଖ ରେ ପ୍ରଭାତ ଓ ତାଙ୍କ ସହଯୋଗୀ ସରପଂଚ ସ୍ଵର୍ଣ୍ଣଲତା, ତାଙ୍କ ସ୍ଵାମୀ ଓ ଦିଅର କୁ ଆକ୍ରମଣ କରିଥଲେ। ଏ ନେଇ ସ୍ଵର୍ଣ୍ଣଲତା ବ୍ରହ୍ମବରଦା ଥାନା ରେ ଅଭିଯୋଗ କରିଥଲେ। ମାତ୍ର ଏଯାବତ୍ ଦସ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କିଛି କାର୍ଯ୍ୟାନୁଷ୍ଠନ ନେଇ ନାହଁ। ଫଳରେ ସରପଂଚ ପୋଲିସ ର ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତା ଏପ୍ରିଲ ତିନି ତାରିଖ ରୁ ବ୍ରହ୍ମ ବରଦା ଥାନା ଆଗରେ ନ୍ୟାୟ ମିଳିବା ଯାଏ ଧାରଣା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦେଇଛନ୍ତି। ରସୁଲପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ l

Related post

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…
କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

ଫୋକସପ୍ଲସ 22/05/2023(ବ୍ୟୁରୋ) :କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ | ଯଦି ଆପଣ କେଶ ଉପୁଡିବା , କେଶଝଡ଼ିବା ଏବଂ ଅନେକ କେଶର କ୍ଷତି,…

Leave a Reply

Your email address will not be published. Required fields are marked *