
ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ ଓଡିଶା
- Breaking newsଆଞ୍ଚଳିକଦେଶ ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟସଂସ୍କୃତିସ୍ପେସିଆଲ ଷ୍ଟୋରି
- April 1, 2023
- No Comment
- 42
ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ ଓଡିଶା ,ଆଜି ପ୍ରତିଟି ଓଡ଼ିଆଙ୍କର ପାଇଁ ଗର୍ବର ଦିନ , ଦିନେ ତାରି କୋଳ ମଣ୍ଡନ କରି ଆମେ ଉଭା ହୋଇଛି ଧରା ଧାମରେ ,ଆଉ ତାରି ବକ୍ଷରେ ଜୀବନର ଶେଷ ବୈତରଣୀ ବି ପାରିହେବୁ ,ସ୍ଵାଧୀନ ତଥା ସ୍ଵତନ୍ତ୍ରତାର ସ୍ୱାଦ ଚାଖିବାକୁ ଅନେକ ସଙ୍ଘର୍ଷ କେତେ ଯେ ସଂଗ୍ରାମ କରିବାକୁ ପଡିଛି ଉତ୍କଳ ଜନନୀ କୁ , ଉତ୍କଳ ମାତାର କେତେ ଯେ ବୀର ବରପୁତ୍ର ମାନଙ୍କର ଦିବାନିଶି ସଙ୍ଘର୍ଷ ଆଉ ବଳିଦାନ ଫଳରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପରିଗଣିତ ହୋଇଛି
ଫୋକସ ପ୍ଲସ 1/4/23(ବ୍ୟୁରୋ): ଏକ ସ୍ୱାଧୀନ ରାଜ୍ୟ ଭାବରେ ଓଡିଶାର ଗଠନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ମାସରେ ଉତ୍କଳ ଦିବସ ପାଳନ କରାଯାଏ। ଓଡ଼ିଶା ବିହାର ଏବଂ ଓଡ଼ିଶା ପ୍ରଦେଶର ଏକ ଅଂଶ ଥିଲା, କିନ୍ତୁ 1 ଏପ୍ରିଲ 1936 ରେ ଏହାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଘୋଷଣା କରାଯାଇଥିଲା ।ଭାରତ ସଂସଦ ଓଡିଆ ଭାଷା ସମ୍ପ୍ରଦାୟ ଉପରେ ଆଧାର କରି ବଙ୍ଗଳା ଏବଂ ବିହାରଠାରୁ ଅଲଗା ଭାବରେ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ୧ ଏପ୍ରିଲ ମସିହା ଏପ୍ରିଲ୍ 1936 ରେ ଓଡିଶା ଆନୁଷ୍ଠାନିକ ଭାବରେ ଏକ ପୃଥକ ପ୍ରଦେଶରେ ପରିଣତ ହେଲା। ସେହି ଦିନଠାରୁ ଏହି ଦିନଟି ଓଡିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଏ।ରାଜ୍ୟରେ ଉତ୍କଳ ଦିବସ ବା ଓଡିଶା ଫାଉଣ୍ଡେସନ ଦିବସ ପାଳନ କରାଯାଏ। ଏହି ଦିନ ରାଜ୍ୟ ସରକାର ଛୁଟିଦିନ ତଥା ସାଧାରଣ ଉତ୍ସବ ଘୋଷଣା କରିଛନ୍ତି। ବିଦେଶରେ ରହୁଥିବା ଓଡିଆ ମଧ୍ୟ ସମାନ ଉତ୍ସାହର ସହିତ ଏହି ଦିନଟି ପାଳନ କରନ୍ତି |ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୭ ବର୍ଷ। ଫଳରେ ଏଥର ଓଡ଼ିଶା ପାଳିବ ୮୮ତମ ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲାକୁ ନେଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ।ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ। ହେଲେ ବିଡମ୍ବନାର ବିଷୟ ଯେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷା ଅଗ୍ରଗତି କରିପାରୁ ନାହିଁ । ଲୋକେ ଓଡ଼ିଆରେ କଥା ହେବାକୁ କୁଣ୍ଠାବୋଧ କରୁଛନ୍ତି । ସରକାରୀ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷା କାର୍ଯ୍ୟକାରୀ ହୋଇପାରିନି । ଏପରିକି ପଡୋଶୀ ବି ଆମ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଗୁଡିକୁ ମାଡି ବସିଲେଣି । ଓଡ଼ିଆ ଭାଷାକୁ ଆଗକୁ ନେବାକୁ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକଙ୍କ ଏକତା ଆବଶ୍ୟକ ରହିଛି ବୋଲି ଅନୁମାନ କରାଯାଏ
ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ ଜିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା । ୧୯୩୬, ଏପ୍ରିଲ ପହିଲାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ରେ ଓଡ଼ିଶାର ୧୩ ଜିଲାକୁ ପୁନର୍ବିଭାଜନ କରି ୩୦ ଜିଲାରେ ଭାଗ କରାଗଲା ।
ଏହି ଦିନ ଛାତ୍ର ଓ ସରକାରୀ କର୍ମଚାରୀଙ୍କୁ ଛୁଟି ଦିଆଯାଏ | ଏହି ଦିନ ସାରା ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମାବେଶ ଦ୍ୱାରା ଚିହ୍ନିତ ହୋଇଛି।ଏହି ଦିନଟି ନାଟକ, ନୃତ୍ୟ, ସଙ୍ଗୀତ ,ସଂସ୍କୃତି ଧର୍ମ ପରମ୍ପରା ପରିବେଷଣ ସମେତ ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ଉତ୍କଳ ର ଗୌରବ ଗାଥା ବର୍ଣନା କରାଯାଇଥାଏ ,ଉତ୍କଳ ଦିବସ ହେଉଛି ଓଡିଶା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ,ମୋ ଉତ୍କଳ ମୋ ମହାପ୍ରଭୁ ଜଗନାଥ ସମଗ୍ର ବିଶ୍ୱ ଦେବତା ବିଶ୍ୱ ଆଦୃତ ,ତାର ମହିମା ଗାଇଲେ ହୁଏତ ଦିବାନିଶି ନିଅଣ୍ଟ ହେବ I