ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର ସମଗ୍ର ବିଶ୍ୱରୁ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ଏହାଛଡା ଏହି ସମାରୋହରେ ବିଜେପିର ପ୍ରମୁଖ ନେତା ମଧ୍ୟ ଭାଗ ନେବେ ।

ସମାରୋହରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କ ସହିତ ଅନେକ ବଡ ନେତା ସାମିଲ ହେବେ । ଏହାଛଡା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆଶା ଭୋନ୍ସଲ, ରତନ ଟାଟା, ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀ ପ୍ରମୁଖଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ବିଶେଷ ସୂତ୍ରରୁ ପ୍ରକାଶ, ଏହି ସମାରୋହରେ ଅତିକମରେ ୩,୦୦୦ ଭିଭିଆଇପି ଯୋଗ ଦେବେ । ଟ୍ରଷ୍ଟ ଏହି ସମାରୋହ ପାଇଁ ଲୋକପ୍ରିୟ ଟିଭି ସିରିଅଲ ରାମାୟଣର କଳାକାରଙ୍କୁ ଆମନ୍ତ୍ରଣ ଦିଆଯାଇଛି । ଭଗବାନ ଶ୍ରୀରାମ ଏବଂ ମାତା ସୀତାଙ୍କ ଭୂମିକା ନିର୍ବାହ କରିଥିବା ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିୟା ସମାରୋହରେ ସାମିଲ ହେବେ ।

ଏହି ସମାରୋହ ପରେ ନିମନ୍ତ୍ରଣ ପୋଷ୍ଟ ଏବଂ ହ୍ଵାଟସଆପ୍‌ ଜରିଆରେ ପଠାଯାଇଛି । ଏଥିରେ ବଡ ବଡ ସନ୍ଥ, ଶଙ୍କରାଚାର୍ଯ୍ୟ, ଧାର୍ମିକ ନେତା, ରିଟାୟର୍ଡ ଆର୍ମି ଅଫିସର, ଓକିଲ, ବୈଜ୍ଞାନିକ, ସଂଗୀତକାର ଏବଂ ପଦ୍ମ ପୁରସ୍କାର ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସମସ୍ତ ଅତିଥିଙ୍କ ପାଇଁ ଭୋଜନ ସହିତ ଅନ୍ୟ ବ୍ୟବସ୍ଥା କରାଯାଇଛି ।

ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି ।

Related post

Leave a Reply

Your email address will not be published. Required fields are marked *