୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର ଆସେ ମହା ଆଡମ୍ବରରେ | ଏଠି କିନ୍ତୁ ଦେଖନ୍ତୁ ନା ସାଜସଜା ଅଛି ନା ରଙ୍ଗ ବେରଙ୍ଗ ଆଲୋକ ଅଛି, ନା ବିବାହ ମଣ୍ଡପ ଅଛି, ନା କନିଆ ବେଶ ଭୁଷା ରେ ସଜେଇ ହୋଇଛି ନା ବର ବେଶ ଭୁଷା ରେ ସଜା ହୋଇଛି | ନା ବାହାଘର ର ଭୋଜି ଅଛି | ନା ଅଛି ମନ୍ତ୍ର ଧ୍ଵନି ନା ଅଛି ହୋମ ନିଆଁ , ସନ୍ଥ ରାମପାଲଜି ମହାରାଜ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିନା ଯୌତୁକ ରେ ସାଧାରଣ ଭାବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି,ସନ୍ଥ ମହାରାଜ ଙ୍କ ବହି ଗଙ୍ଗା,ଜଳ ପ୍ରସାଦ ଧରି ମାତ୍ର ୧୭ ମିନିଟରେ ଭିଡିଓ କନଫ୍ରାନସି ରେ ମନ୍ତ୍ର ପଢ଼ାଯାଇ ବାହାଘର ହୋଇଥିଲା |,ବର ର ଗାଁ ରାଜଗାଙ୍ଗପୁର ରୁମାବାହାଲ ଥିବା ବେଳେ କନିଆଁ ସୁନ୍ଦରଗଡ଼ ସଵଡେଗା ଗାଁ ର | ଏହି ବିବାହ ରେ ଖୁସି ଅଛନ୍ତି ବୋଲି କହିଛନ୍ତି ଦମ୍ପତି | କାହିଁକି ନା ସମୟ ଆଗେଇଛି ସତ କିନ୍ତୁ ଯୌତୁକ ପ୍ରଥା ଆଜିବି ଯାଇନି, ଏହି ଯୌତୁକ ପ୍ରଥା ରେ ଫସି ଯାଉଛନ୍ତି କିଛି ଗରିବ ଓ ମଧ୍ୟବିତ୍ତ ପରିବାର ଲୋକ, କେଉଁଠି ଯୌତୁକ ପାଇଁ ବାହାଘର ଅଟକି ଯାଉଛି ତ ଆଉ କେଉଁଠି ଯୌତୁକ ନିର୍ଯାତନା ସହି ନପାରି ଝିଅ କରୁଛି ଆତ୍ମହତ୍ୟା, ଆଉ କେତେବେଳେ ଝିଅକୁ କରାଯାଉଛି ହତ୍ୟା, ଏପରି ବିବାହ କୁ ସବୁଠି କରାଯାଉଛି ପ୍ରଂଶସା , ଦୁଇ ଗାଁ ର କିଛି ଲୋକ ଓ ସମ୍ପର୍କୀୟଙ୍କୁ ନେଇ ଏହି ବିବାହଘର ସମ୍ପର୍ଣ ହୋଇଛି |

Related post

Leave a Reply

Your email address will not be published. Required fields are marked *