ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଶ୍ରୀ ଭର୍ତୁହରୀ ମହତାବ ନିର୍ବାଚନୀ ମଇଦାନକୁ ପାଦ କାଢିଛନ୍ତି। ଗତ ୩ ଦଶନ୍ଧି ଧରି କଟକ ସଂସଦିୟ କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ଏହି ବର୍ଷିୟାନ‌ ନେତା ପ୍ରଥମ ଥର ପାଇଁଁ ବିଜେବି ଟିକେଟରେ ନିର୍ବାଚନ ଲଢୁଥିଲେ ମଧ୍ୟ ଭୋଟରଙ୍କ ଉପରେ ପୁରା ବିଶ୍ୱାସ ଓ ଭରଷା ରହିଥିବା କଥା କହିଛନ୍ତି । ସେ ରବିବାର ଦିନ ନିଜ ସଂସଦୀୟ କ୍ଷେତ୍ର କଟକ ସଦର କନ୍ଦରପୁର ଠାରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି, କମରପଦା, ଜଶପଡା, ହୋଲିପୁର, କିଶୋର ନଗର, ବୋଇଲ, ଜନାର୍ଦ୍ଦନପୁର, କଳିମିଶ୍ରୀ ବାଟ ଦେଇ ସାଲେପୁର ନିକଟ ନେମାଳ ଗାଦି ଠାରେ ପହଞ୍ଚି ସେଠାରେ ମହାପୁରୁଷ ଅଚ୍ୟୁତଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ତାଙ୍କ ସହିତ ବିଜେପି ର କଟକ ସଦର ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ ଉପସ୍ଥିତ ଥିଲେ।ବାଟରେ ଶହ ଶହ କର୍ମୀ ଓ ଜନସାଧାରଣମାନେ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଉଥିବା ଦେଖା ଯାଇଥିଲା। ଏହି ଅବସରରେ ଶ୍ରୀ ମହତାବ କହିଛନ୍ତି ଯେ ସେ ଆଗାମୀ ଦିନରେ କଟକର ଅନେକ ଦୈବୀ ପିଠ ଦର୍ଶନ କରିବା ସହିତ ଜନତାଙ୍କ ପାଖକୁ ଯିବାର ଯୋଜନା ରିହିଛି। ବର୍ତମାନ ସାରା ଓଡ଼ିଶା ପରିବର୍ତ୍ତନ ମୁହାଁ ଓ କଟକ ସଂସଦୀୟ କ୍ଷେତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଚାରରେ ଅନୁପ୍ରାଣିତ ହୋଇ ଆଗାମୀ ନିର୍ବାଚନ ରେ ପରିବର୍ତନ କରି ଦେଖାଇବ ବୋଲି କହିଛନ୍ତି ଭର୍ତୁହରୀ। ତେବେ ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ସାଂଗ କୁ ମୋଦି ମନ୍ତ୍ରର ସଂଯୋଗ କି ପ୍ରକାର ପ୍ରଭାବ ପକାଇବ ତାହା ଜୁନ ୪ ତାରିଖକୁ ଜଣା ପଡିବ।

Related post

Leave a Reply

Your email address will not be published. Required fields are marked *