ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ପ୍ରାର୍ଥୀ ପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ । ଜାତି ପ୍ରମାଣପତ୍ର ଅବୈଧ ଦର୍ଶାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ନିର୍ବାଚନ ଅଧିକାରୀ ଗତକାଲି ପ୍ରାର୍ଥିପତ୍ର ନାକଚ କରିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଆଶାୟୀ ପ୍ରାର୍ଥୀ ନମିତା ସାଗରିଆ । ବିରୋଧୀଙ୍କ ସହ ମିଶି ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥିପତ୍ର ନାକଚ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଧାରଣାରତ ନମିତା ଗର୍ଭବତୀ ଥିବାରୁ ତାଙ୍କର ଯଦି କିଛି ଅସୁବିଧା ହୁଏ, ତେବେ ସେଥିପ୍ରତି ପ୍ରଶାସନ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କାମତା ପଂଚାୟତ ପାଇଁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଗତ ଜାନୁଆରୀ ୨୦ତାରିଖରେ ନମିତା ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସେ ସମ୍ଭନ୍ଧୀୟ ସମସ୍ତ ତଥ୍ୟ ଓ କାଗଜପତ୍ର ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ l ଏପରିକି ତାଙ୍କୁ ଗତ ଜାନୁଆରୀ ୧୮ ତାରିଖରେ ତେନ୍ତୁଳୀଖୁଣ୍ଟି ତହସିଲଦାର ଦେଇଥିବା ଫ୍ରେସ ଜାତିଗତ ସାର୍ଟିଫିକେଟ ମଧ୍ୟ ଦାଖଲ କରିଥିଲେ l କିନ୍ତୁ ଗତକାଲି ରାତି ପ୍ରାୟ ୮ଟା ପରେ ସେହି ସାର୍ଟିଫିକେଟକୁ Invalid କହି ବ୍ଲକ ନିର୍ବାଚନ ଅଧିକାରୀ ତାଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିଥିବା ବେଳେ ତେନ୍ତୁଳୀଖୁଣ୍ଟି ବିଡ଼ିଓ ଓ ତହସିଲଦାର ବିରୋଧୀଙ୍କ ସହ ମିଶି ଏଭଳି ତାଙ୍କ ବିରୋଧରେ ଚକ୍ରାନ୍ତ କରି ପ୍ରାର୍ଥୀପତ୍ର ନାକଚ କରିଥିବା ଅଭିଯୋଗ କରିଛନ୍ତି l

ସେମାନେ ହିନ୍ଦୁ ହୋଇଥିବା ବେଳେ ତହସିଲଦାର ଜାଣିଶୁଣି ଖ୍ରୀଷ୍ଟିଆନ କହି ତାଙ୍କ ଏସସି ସାର୍ଟଫିକେଟ କୁ Invalid କରିଥିବା କହିଛନ୍ତି l ତେଣୁ ନ୍ୟାୟ ପାଇ ଗତକାଲି ରାତିରୁ ତେନ୍ତୁଳୀଖୁଣ୍ଟି ବ୍ଲକ କାର୍ଯ୍ୟାଳୟର ପାହାଚରେ ସେ ଧାରଣା ଦେଇଛନ୍ତି l ସେ ତିନି ମାସର ଗର୍ଭବତୀ ରହିଥିବା ବେଳେ ବ୍ଲକ କର୍ମଚାରୀ ବ୍ଲକର ମୁଖ୍ୟ ଗ୍ରିଲ ବନ୍ଦ କରି ଚାଲି ଯାଇଥିବାରୁ ସେ ବ୍ଲକ ପାହାଚରେ ଧାରଣା ଦେଇଥିବା ଅଭିଯୋଗ କରିଛନ୍ତି l

ତେବେ ବିଡିଓ କହିଛନ୍ତି ତହସିଲଦାରଙ୍କ ଠାରୁ ରିପୋର୍ଟ ମାଗିବା ପରେ ତାଙ୍କ ଜାତି ସାର୍ଟିଫିକେଟ ଇନଭାଲିଠ୍ ଥିବା ଜଣାପଡ଼ି ଥିବାରୁ ପ୍ରାର୍ଥିପତ୍ର ନାକଚ କରାଯାଇଛି । ସେପଟେ ତହସିଲଦାର କହିଛନ୍ତି ନମିତାଙ୍କ ବାପାଙ୍କ ଜାତି ଆଧାରରେ ତାଙ୍କୁ ଏସି ସାର୍ଟିଫିକେଟ୍ ଦିଆଯାଇଥିଲା । କିନ୍ତୁ ସେ ଖ୍ରୀଷ୍ଟ ଧର୍ମର ହୋଇଥିବା ନେଇ ଲିଖିତ ଭାବେ ତାଙ୍କ ଗ୍ରାମବାସୀ ଅଭିଯୋଗ କରିଥିଲେ । ତେଣୁ ତାଙ୍କୁ ଦିଆଯାଇଥିବା ଏସଟି ସାର୍ଟିଫିକେଟ୍ ଫେରାଇ ନିଆଯାଇଛି ଏନେଇ ପରେ ବିଧିବଦ୍ଧ ତଦନ୍ତ ହେବ ।

ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *