ପ୍ରାର୍ଥୀପତ୍ର ନାକଚ ଭୟ ! ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ

ପ୍ରାର୍ଥୀପତ୍ର ନାକଚ ଭୟ ! ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ

ଗୋଟିଏ ସରପଞ୍ଚ ପଦବୀ । ଆଉ ନାମାଙ୍କନ ଦାଖଲ କରିଛନ୍ତି ଉଭୟ ସ୍ୱାମୀ ଓ ସ୍ତ୍ରୀ । ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କାଳେ ନାକଚ ହୋଇଯିବ, ସେଥିଲାଗି ଉଭୟ ସ୍ତ୍ରୀ ଓ ସ୍ୱାମୀ ସରପଞ୍ଚ ପଦବୀ ଲାଗି କରିଛନ୍ତି ନାମାଙ୍କନ । ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଭଟିମୁଣ୍ଡା ପଂଚାୟତରେ । ଏଠାରେ ସ୍ତ୍ରୀ ସସ୍ମିତା ସାହୁ ଓ ସ୍ବାମୀ ତାପସ ସାହୁ ସରପଞ୍ଚ ପ୍ରାର୍ଥୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ପଞ୍ଚାୟତରେ ନାନା ଆଲୋଚନା ହେଉଛି ।

ଗତ ନିର୍ବାଚନରେ ସସ୍ମିତା ସାହୁ କଟକ-ଚୌଦ୍ୱାରର ୧୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ଥର ସ୍ୱାମୀଙ୍କୁ ସୁରକ୍ଷା ଦେବା ଲାଗି ସେ ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିଛନ୍ତି । ତେବେ ଉଭୟଙ୍କ ପ୍ରାର୍ଥୀ ପତ୍ର କାୟମ ରହିବା ପରେ ଏବେ ସ୍ତ୍ରୀ ସସ୍ମିତା ସାହୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି । ସେପଟେ ଏହି ପଞ୍ଚାୟତ ଲାଗି ୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ଅଞ୍ଚଳର ଉନ୍ନତି ଲାଗି କୌଣସି ପ୍ରାର୍ଥୀ ପଦକ୍ଷପ ନେଉନଥିବା କହିଛନ୍ତି ଭୋଟର ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବାପରେ ଏବେ ପଂଚାୟତରେ ନିର୍ବାଚନୀ ଉଷ୍ମତା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କଟକ ଜିଲ୍ଲା ଟାଙ୍ଗୀ – ଚୌଦ୍ୱାର ବ୍ଲକର ୨୪ ପଂଚାୟତରେ ୱାର୍ଡ ମେମ୍ବର,ସରପଂଚ ଓ ସମିତିସଭ୍ୟ ପାଇଁ ମୋଟ ୧୦୩୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ ।

ରାଜ୍ୟରେ ଏଥର ଓ୍ୱାର୍ଡମେମ୍ବର ପଦ ଲାଗି ୧ଲକ୍ଷ ୬୨ହଜାର ୨୯୭ , ସରପଞ୍ଚ ପଦଲାଗି ୩୪ହଜାର ୬୧୩,ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ୩ ହଜାର ୯୯୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗଂଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ସେହିପରି ମୟୁରଭଞ୍ଜରେ ସର୍ବାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *