କଟକଣା ଅବଧି ବଢାଇଲେ କେନ୍ଦ୍ର ନିର୍ବାଚନ କମିଶନର

କଟକଣା ଅବଧି ବଢାଇଲେ କେନ୍ଦ୍ର ନିର୍ବାଚନ କମିଶନର

କୋଭିଡ୍ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିନଥିବାରୁ ପୁଣି କଟକଣା ବଢ଼ାଇଲେ କେନ୍ଦ୍ର ନିର୍ବାଚନ କମିଶନର । ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଢ଼ାଇଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ପାଇଁ ସମସ୍ତ ପ୍ରକାର ରାଲି ଓ ରୋଡ୍ ଶୋ ଉପରେ କଟକଣାକୁ ପୁଣି ସପ୍ତାହେ ବଢ଼ାଇଛନ୍ତି ଇସିଆଇ ।

ପୂର୍ବରୁ ଏହି କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି । କେନ୍ଦ୍ର ଗାଇଡଲାଇନ୍ ଆସିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଏହାକୁ ରାଜ୍ୟରେ ଲାଗୁ ପାଇଁ ଘୋଷଣା କରି ପାରନ୍ତି ।

 

ରାଜ୍ୟରେ କ୍ରମାଗତ ତିନିଦିନ ହେବ ତଳମୁହାଁ ରହିଛି କୋଭିଡ ସଂକ୍ରମଣ । ଆଜି ରାଜ୍ୟରେ ଦିନକରେ ୮ ହଜାର ୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୯୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍‌ରୁ ୩୫୭୯ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୩୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛନ୍ତି। ଅନୁଗୁଳ, କଟକ, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦କୁ ବୃଦ୍ଧି ପାଇଛି ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *