ପଞ୍ଚାୟତ ନିର୍ବାଚନରେ ରୋଚକ ଲଢ଼େଇ ! ମଇଦାନରେ ମୁହାଁମୁହିଁ ହେବେ ୩ ଭାଇ

ପଞ୍ଚାୟତ ନିର୍ବାଚନରେ ରୋଚକ ଲଢ଼େଇ ! ମଇଦାନରେ ମୁହାଁମୁହିଁ ହେବେ ୩ ଭାଇ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳୁଛି । କେଉଁଠି ବାପପୁଅ ପରସ୍ପର ବିରୋଧରେ ପ୍ରାର୍ଥୀ ତ ଆଉ କେଉଁଠି ଭାଇ ଭାଇ ଓ ଦୁଇ ଯାଆ ମଧ୍ୟରେ ଲଢ଼େଇ ହେଉଛି । ଭଉଣୀ ଭଉଣୀ ମଧ୍ୟରେ ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି । ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡ଼ା ପଞ୍ଚାୟତରେ ୩ ଭାଇଙ୍କ ମଧ୍ୟରେ ଲଢ଼େଇ ହେଉଛି । ଦୁଇ ଜଣ ଗୋଟିଏ ବାପାମାଆଙ୍କ ପୁଅ ହୋଇଥିବା ବେଳେ ଆଉ ଜଣେ ଦାଦାଙ୍କ ପୁଅ ।

ଦାଦା ପୁଅ ହେଲେ ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ମହେଶ ବାକା । ମହେଶଙ୍କ ବିରୋଧରେ ମଇଦାନରେ ଛିଡ଼ା ହୋଇଛନ୍ତି ତାଙ୍କ ବଡ଼ ବାପାଙ୍କ ୨ ପୁଅ । ତିନି ଭାଇ ସମିତି ସଭ୍ୟ ପଦ ପାଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମହେଶଙ୍କ କହିବା ଅନୁସାରେ ଗଣତନ୍ତ୍ରରେ ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ରହିଛି । ତେଣୁ ସେମାନେ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଅନ୍ୟ ଜଣେ ଭାଇ କହିଛନ୍ତି ଯେ, ବିଧାୟକଙ୍କ ଅତ୍ୟାଚାର ବିରୋଧରେ ଏ ଲଢ଼େଇ ଅତ୍ୟାଚାରକୁ ଶେଷ କରି ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା ଦେବାକୁ ସେ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଓ ବ୍ଲକ କାଯର୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ ।

ରାଜ୍ୟରେ ଏଥର ଓ୍ୱାର୍ଡମେମ୍ବର ପଦ ଲାଗି ୧ଲକ୍ଷ ୬୨ହଜାର ୨୯୭ , ସରପଞ୍ଚ ପଦଲାଗି ୩୪ହଜାର ୬୧୩,ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ୩ ହଜାର ୯୯୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗଂଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ, ବାଲେଶ୍ୱର ଜିଲ୍ଲାରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ସେହିପରି ମୟୁରଭଞ୍ଜରେ ସର୍ବାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *