ଯାଞ୍ଚ ହେଉଛି ନାମାଙ୍କନ, ଚିନ୍ତାରେ ରାଜନୈତିକ ଦଳ ! ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ

ଯାଞ୍ଚ ହେଉଛି ନାମାଙ୍କନ, ଚିନ୍ତାରେ ରାଜନୈତିକ ଦଳ ! ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥପତ୍ର ପ୍ରତ୍ୟାହାର କରି ହେବ । ତେବେ ଗୋଟିଏ ପଦ ଲାଗି ଏକାଧିକ ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ଚିନ୍ତାରେ ସବୁ ପ୍ରମୁଖ ରାଜନୈତିକ ଦଳ ।

ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍‌ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି । ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ଟି ଜୋନ୍‌ର ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟରେ କେବଳ ସମିତି ସଭ୍ୟଙ୍କ ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି ।

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନୋମିନେସନ ଯାଞ୍ଚ କରାଯାଇଛି । ରାଜ୍ୟରେ ଏଥର ଓ୍ୱାର୍ଡମେମ୍ବର ପଦ ଲାଗି ୧ଲକ୍ଷ ୬୨ହଜାର ୨୯୭, ସରପଞ୍ଚ ପଦଲାଗି ୩୪ ହଜାର ୬୧୩, ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ୩ ହଜାର ୯୯୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗଂଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ, ବାଲେଶ୍ୱର ଜିଲ୍ଲାରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ସେହିପରି ମୟୁରଭଞ୍ଜରେ ସର୍ବାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ ନାମାଙ୍କନ ପତ୍ର ଦାଖଲ ପରେ କିଛି ସ୍ଥାନରୁ ହିଂସାକାଣ୍ଡର ଖବର ଆସିଛି । ଭଦ୍ରକ ତିହିଡି ବ୍ଲକ ତାଳପଡା ପଞ୍ଚାୟତ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ କାଗଜପତ୍ର ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପ୍ରାର୍ଥିପତ୍ର ନଷ୍ଟ ହୋଇଛି ନା ନାହିଁ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ତେଣେ ପ୍ରାର୍ଥିପତ୍ର ଦାଖଲ ପରେ ବଢିଛି ରାଜନୈତିକ ଦଳଙ୍କ ଟେନସନ୍ । କାରଣ ସରପଞ୍ଚ ଓ ସମିତି ସଭ୍ୟ ପଦ ଲାଗି ଏକାଧିକ ପ୍ରାର୍ଥି ମଇଦାନରେ ଅଛନ୍ତି । ତେଣୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବାକୁ ଉଦ୍ୟମ ଚାଲିଛି । ଜିଲ୍ଲା ପରିଷଦରେ ମଧ୍ୟ ଅସନ୍ତୋଷ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଦଳରେ ବିଚାର ବିମର୍ଶ କରି ସହମତି ଭିତ୍ତିରେ ଜଣେ ଲେଖାଏଁ ପ୍ରାର୍ଥୀ ଠିଆ କରିବାକୁ ଉଦ୍ୟମ ଚାଲିଥିବା ବିଜେପି କହିଛି । ସେହିପରି ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ଉଦ୍ୟମ ଚାଲିଥିବା କଂଗ୍ରେସ ଓ ବିଜେଡି ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ । ଏହାପରେ ପ୍ରଚାର ଜମିବା ଆଶା କରାଯାଉଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *