ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା, ସାମ୍ବିଧାନିକ ଅଧିକାର ପାଇଁ ଆମରଣ ଅନଶନ ଚେତାବନୀ

ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା, ସାମ୍ବିଧାନିକ ଅଧିକାର ପାଇଁ ଆମରଣ ଅନଶନ ଚେତାବନୀ

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି।
ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ସୂଚାନୁଯାଇ ଭଦ୍ରକ ବ୍ଲକ କେଦାରପୁର ଗ୍ରାମପଞ୍ଚାୟତର ଏକ ନମ୍ବର ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣ ଭୋଟର ପଞ୍ଚାୟତ ଭୋଟର ତାଲିକାରୁ ବାଦ ପଡିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବିଧାନସଭା ଭୋଟର ତାଲିକାରେ ୱାର୍ଡର ସମସ୍ତ ଭୋଟରଙ୍କ ନାମ ଥିବାବେଳେ ଏଥର ୨୦୨୨ରେ ନୂତନକରି ପଞ୍ଚାୟତ ଭୋଟର ତାଲିକାରୁ ୫୪ ଜଣ ଭୋଟର ବାଦ ପଡିଛନ୍ତି। ଚଞ୍ଚକତା କ୍ରମେ ଅନ୍ୟ ୱାର୍ଡର ୫୪ ଭୋଟରଙ୍କ ନାମ ଦରଜ କରିବା ସହ ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେସନ ସର୍ବସାଧାରଣରେ ନ କରାଇ ୫୪ ଭୋଟରଙ୍କ ନାମକୁ ବାଦ  କରି ଭୋଟରଙ୍କ ନିରପେକ୍ଷ ଭୋଟ ଦେବାରୁ ସେମାନଙ୍କୁ ବଂଚିତ କରିଛନ୍ତି । ଯାହା ଚୂଡାନ୍ତ ତାଲିକା ପ୍ରକାଶନରୁ ଜାଣିବାକୁ ପାଇଥିଲେ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାରୁ ବଂଚିତ ହୋଇଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏ ବାବଦରେ ଜିଲ୍ଲାପାଳ, ଭଦ୍ରକ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି ଗ୍ରାମବାସୀ। ତେବେ ଯଦି ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ମାମଲା ଉପରେ ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଗ୍ରାମବାସୀ ଆନ୍ଦୋଳାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଥିବା ବେଳେ ଭୋଟର ଲିଷ୍ଟ  ସଂଶୋଧନ କରା ନଗଲେ ମତଦାନ ସମୟରେ ବୁଥରେ ତାଲା ପକେଇବେ ବୋଲି କହିଛନ୍ତି ଗ୍ରାମବାସୀ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *