କେଡ଼େ ନିର୍ମମ! କୁକୁରକୁ ଜିଅନ୍ତା ଜାଳିଦେଲେ ମହିଳା, ଥାନାରେ ଏତଲା

କେଡ଼େ ନିର୍ମମ! କୁକୁରକୁ ଜିଅନ୍ତା ଜାଳିଦେଲେ ମହିଳା, ଥାନାରେ ଏତଲା

ଭୁବନେଶ୍ବର : ଖଣ୍ଡିଗିରି ଅଞ୍ଚଳରେ କୁକୁରକୁ ଗୁଳି କରି ହତ୍ୟା ଘଟଣାକୁ ଦୁଇ ଦିନ ନ ପୂରୁଣୁ ଶନିବାର ଦିନ ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ବୁଦ୍ଧେଶ୍ବରୀ ମନ୍ଦିର ନିକଟର ଜଣେ ମହିଳା କୁକୁରକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା ହିଁ ସଂକଳ୍ପ’ ପକ୍ଷରୁ ଏତଲା ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଥାନାକୁ ନେଇ ପଚରାଉଚରା କରିଛି। କୁକୁରକୁ ଜାଳିଦେବା ଘଟଣା ସେ ସ୍ବୀକାର କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମହିଳା ଏକୁଟିଆ ରୁହନ୍ତି। କାମ କରି ଚଳନ୍ତି। ଘରେ ନ ଥିବା ବେଳେ କୁକୁର ତାଙ୍କ ଘରେ ପଶି ଖାଦ୍ୟ ଖାଇଦିଏ। ଏହାକୁ ନେଇ ପୂର୍ବରୁ ମଧ୍ୟ ସେ ଅନେକଥର କୁକୁରକୁ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ୍ ହେବା ସହ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଏଥର ତାଙ୍କ ବର୍ବରତା ସବୁ ସୀମା ଟପି ଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଗୋଟିଏ କୁକୁରକୁ ମହିଳାଜଣଙ୍କ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଖବର ପାଇ ସ୍ବେଚ୍ଛାସେବୀ ସଂସ୍ଥାର କର୍ମଚାରୀମାନେ ପହଞ୍ଚି ମୃତ କୁକୁର ଶବକୁ ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୯ତାରିଖରେ ଜାଗମରା ଅଞ୍ଚଳରେ ଗୋଟିଏ କୁକୁରକୁ ଗୁଳି କରି ହତ୍ୟା କରାଯାଇଥିଲା। କୁକୁଡ଼ା ଖାଇ ଦେବାରୁ ଦୋକାନ ମାଲିକ ଦୁଇଟି କୁକୁରକୁ ଗୁଳି କରିଥିଲେ। ଗୋଟିକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ଗୁରୁତର ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରିଥିଲା। ଉକ୍ତ ଘଟଣାର ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.