ମହିଳାଙ୍କ ଚେନ୍‌ ଝାମ୍ପିନେଲେ

ମହିଳାଙ୍କ ଚେନ୍‌ ଝାମ୍ପିନେଲେ

ଭୁବନେଶ୍ବର : ସହିଦନଗର ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ସାମ୍ନା ଗଳିରୁ ଆଜି ୨ ଜଣ ଲୁଟେରା ମହିଳାଙ୍କ ପାଖରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ମହିଳା ହେଲେ, ସ୍ଥାନୀୟ ଅଞ୍ଚଳର ସୁପ୍ରିୟା ଦେବୀ। ଏନେଇ ସୁପ୍ରିୟା ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୁପ୍ରିୟାଙ୍କ କହିବାନୁଯାୟୀ, ଶନିବାର ପୂର୍ବାହ୍ନ ୧୧ଟାରେ ସେ ଘର ବାହାରେ ବୁଲୁଥିଲେ। ତାଙ୍କ ପଛ ପଟୁ ଆସି ଜଣେ ଦୁର୍ବୃ୍ତ୍ତ ସୁନାଚେନ୍ ଛିଡ଼ାଇ ଦୌଡ଼ିଥିଲା। କିଛି ଦୂରରେ ସ୍କୁଟିରେ ଧରି ଅପେକ୍ଷା କରିଥିବା ଜଣେ ଯୁବକ ସହ ଫେରାର୍ ହୋଇଯାଇଥିଲା। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗତ ୩ ଦିନ ତଳେ ସିଆର୍‌ପିଏଫ୍ କ୍ୟାମ୍ପସ୍‌ର ସୁଜାତା ଦତ୍ତ ମାଛ କିଣିବାକୁ ଯାଇଥିବା ବେଳେ ତାଙ୍କ ବେକରୁ ଲୁଟେରା ଚେନ୍ ଲୁଟିନେଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.