କଟକ ମାଟିର ପୁଅ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ

କଟକ ମାଟିର ପୁଅ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ

କଟକ: ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ କଟକ ସହରର ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଆଉ କିଶୋର କଟିଛି କଟକ ସହର ପାଣି ପବନରେ। ଷ୍ଟିୱାର୍ଟ ସ୍କୁଲ୍‌ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ)ରୁ ବାଲ୍ୟଶିକ୍ଷା ଆରମ୍ଭ କରିଥିବା ‌ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ସୁଭାଷ ଦିନେ ବଡ଼ ମଣିଷ ହେବେ ତାହା ତାଙ୍କ ଛାତ୍ରାବସ୍ଥାରୁ ସ୍ପଷ୍ଟ ବାରି ହେଉଥିଲା। ଛାତ୍ରବସ୍ଥାରେ ବଙ୍ଗାଳି ସାହି ରାମକୃଷ୍ଣ କୁଟୀର ଅନ୍ତେବାସୀଙ୍କୁ ସହାୟତା କରିବା, ସ୍କୁଲରେ ଖୁଦିରାମ ବୋଷଙ୍କ ସହିଦ୍ ଦିବସରେ ଉପବାସ କରିବା, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ ଆଦି ଧର୍ମନୁଷ୍ଠାନ ସହିତ ସଂପର୍କ ରଖିବା, ଯାଜପୁର ମହାମାରୀ ପୀଡ଼ିତଙ୍କ ସେବା କରିବା ଆଦି ଅନେକ ଘଟଣା ତାଙ୍କ ମହାନ ବ୍ୟକ୍ତିତ୍ବର ଆଭାସ ଦେଉଥିଲା। ଖାଲି ସେତିକି ପରବର୍ତ୍ତି କାଳରେ ଦେଶମାତୃକା ପାଇଁ ଆଇସିଏସ୍ ଭଳି ସମ୍ମାନଜନକ ଚାକିରି ଛାଡିବା ତାଙ୍କ ନିସର୍ତ୍ତ ‌ଦେଶପ୍ରେମର ପ୍ରମାଣ ଦେଇଥିଲା। ଏହିଭଳି ମହାନାୟକଙ୍କୁ ତାଙ୍କ ୧୨୫ତମ ଜୟନ୍ତୀରେ ଶତ ‌କୋଟି ପ୍ରଣାମ….।

୨୦୧୮ ଅକ୍ଟୋବର ୨୮ତାରିଖରେ ଖୋର୍ଦ୍ଧା ରୋଡ ଡିଆର୍‌ଏମ୍ ବ୍ରିଜ୍‌ମୋହନ ଅଗ୍ରୱାଲ୍ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ବୁଲି ଆସିଥିଲେ। ବେଶ୍‌ ପ୍ରଭାବିତ ହୋଇଥିଲେ ସେ। ପରେ ସେ କଟକ ଷ୍ଟେସନରେ ନେତାଜୀଙ୍କ ସ୍ମୁତି ସ୍ଥାପନ ପାଇଁ ସଂକଳ୍ପ ନେଇଥିଲେ। ସେହି ବର୍ଷଠାରୁ କଟକ ରେଳ ଷ୍ଟେସନ୍ ମୁଖ୍ୟ ପ୍ରବେଶ ଦ୍ବାର ସୁଭାଷଙ୍କ ସ୍ମୃତି ଗାନ କରୁଛି। ଯାହା ସୂଚନା ଦେଉଛି ନେତାଜୀ କଟକର ପୁଅ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *