‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା: ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ିଲା ବିଏସ୍‌ସିଏଲ୍‌

‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା: ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ିଲା ବିଏସ୍‌ସିଏଲ୍‌

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫିଟ୍‌ ରହିବା ପାଇଁ ଦେଶର ଯେଉଁ ସହରରେ ଅଧିକ ଲୋକ ପ୍ରାତଃଭ୍ରମଣ ଓ ସାଇକେଲ୍‌ ଚଳାଉଛନ୍ତି, ସେହି ସହରକୁ ମନ୍ତ୍ରାଳୟ ପୁରସ୍କୃତ କରିବ। ତେଣୁ ଯେଉଁମାନେ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତ୍ୟହ ଚାଲୁଛନ୍ତି କିମ୍ବା ସାଇକେଲ୍‌ ଚଳାଉଛନ୍ତି, ସେମାନେ ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ଭୁବନେଶ୍ବରକୁ ଜାତୀୟ ପୁରସ୍କାର ଜିତିବାରେ ସହାୟକ ହୁଅନ୍ତୁ ବୋଲି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ନିବେଦନ କରିଛି। ‘ଫ୍ରିଡମ୍ ଟୁ ୱାକ୍‌ ଆଣ୍ଡ ସାଇକେଲ’ ଅଭିଯାନରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପଞ୍ଜୀକରଣ ପାଇଁ ଦୁଇଟି କ୍ୟୁଆର କୋଡ୍‌ ଜାରି କରାଯାଇଛି।

ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଲୋକମାନେ କେତେ ଚାଲିଲେ ଓ କେତେ ସାଇକେଲ୍‌ ଚଳାଇଲେ, ତାହାର ପଞ୍ଜୀକରଣ ହେବା ଜରୁରୀ। ତେଣୁ ଲୋକମାନେ ଫିଟବିଟ୍, ଷ୍ଟ୍ରାଭା କିମ୍ବା ଗୁଗୁଲ୍ ଫିଟ୍ ଜରିଆରେ ପଞ୍ଜୀକରଣ କରିପାରିବେ। ଚାଲିବା କିମ୍ବା ସାଇକେଲ୍‌ ଚଳାଇବା ପୂର୍ବରୁ ଏହାକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ତା’ ଛଡ଼ା ଲୋକମାନେ କ୍ୟୁଆର କୋଡ୍ ସ୍କାନ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ଏହି ବ୍ୟବସ୍ଥା ଯାତ୍ରାର ଦୂରତା ଗଣନା କରି ୨୪ଘଣ୍ଟା ମଧ୍ୟରେ ସହରର ଡେକାଥଲନ୍ ପେଜ୍‌ରେ ତଥ୍ୟକୁ ଅପଡେଟ୍ କରିବ। ୨୬ ତାରିଖ ପରେ ଏହାକୁ ହିସାବ କରାଯାଇ ବିଜେତା ଚୟନ କରାଯିବ। ନାଗରିକମାନେ ଯେତେ ଅଧିକ ଅଂଶଗ୍ରହଣ କରିବେ, ଭୁବନେଶ୍ବର ଏହି ପ୍ରତିଯୋଗିତା ଜିତିବାରେ ସେତେ ସହଜ ହେବ। ଅତୀତରେ ଭୁବନେଶ୍ବର ଏଭଳି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥର ମଧ୍ୟ ଜନସାଧାରଣଙ୍କ ସହଭାଗିତାରେ ଏହାକୁ ଜିତିବାର ଲକ୍ଷ୍ୟ ରଖିଛି। ଫ୍ରିଡମ୍ ଟୁ ୱାକ ଚ୍ୟାଲେଞ୍ଜ ପାଇଁ ‘https://t.co/aofKwjBX0c’ ଓ ଫ୍ରିଡମ୍ ଟୁ ସାଇକେଲ ଚ୍ୟାଲେଞ୍ଜ ପାଇଁ ‘https://t.co/yXtmxKMLCP’ ରେ ଲଗ୍ ଇନ୍ କରିବାକୁ କୁହାଯାଇଛି।

Related post

ଖସିଲା ରୁପା ଦର  ବଢିଲା ସୁନା ଦର । ପଢନ୍ତୁ କେତେ ରହିଛି ଆଜିର ରେଟ ?

ଖସିଲା ରୁପା ଦର ବଢିଲା ସୁନା ଦର । ପଢନ୍ତୁ କେତେ…

ଫୋକସ ପ୍ଲସ 24/5/22: ମେ ୨୪ରେ ସୁନା ମୂଲ୍ୟ ବଢ଼ିଛି ଓ ରୁପା ମୂଲ୍ୟ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ…
ଚନ୍ଦନ ଯାତ୍ରାବେଳେ ଅଘଟଣ

ଚନ୍ଦନ ଯାତ୍ରାବେଳେ ଅଘଟଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା…
ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଫୋକସ ପ୍ଲସ 24/5/22:ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ ଯୁବକଙ୍କ ନାଁ ସୋନୁ ବେହେରା…

Leave a Reply

Your email address will not be published.