ଶାହାରୁଖ୍‌ ଖାନ୍‌ଙ୍କ ଦେଶର ପ୍ରଫେସର୍‌ ଜାଣି ବିନା ଅଗ୍ରୀମରେ ଟିକେଟ୍‌ ବୁକିଙ୍ଗ୍‌ କରିଦେଲେ ଇଜିପ୍ଟର ଟ୍ରାଭେଲ୍‌ ଏଜେଣ୍ଟ୍‌

ଶାହାରୁଖ୍‌ ଖାନ୍‌ଙ୍କ ଦେଶର ପ୍ରଫେସର୍‌ ଜାଣି ବିନା ଅଗ୍ରୀମରେ ଟିକେଟ୍‌ ବୁକିଙ୍ଗ୍‌ କରିଦେଲେ ଇଜିପ୍ଟର ଟ୍ରାଭେଲ୍‌ ଏଜେଣ୍ଟ୍‌

ମୁମ୍ବାଇ: ନୂଆବର୍ଷରେ ଇଜିପ୍ଟ ଭ୍ରମଣ ନିମନ୍ତେ ଜଣେ ଭାରତୀୟ ପ୍ରଫେସର୍‌ଙ୍କୁ ସାହାଯ୍ୟ କରିଥିବା ଇଜିପ୍ଟୀୟ ‌ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ପାଖକୁ ଅଭିନେତା ଶାହାରୁଖ୍‌ ଖାନ୍‌ ବାର୍ତ୍ତା ଓ ସ୍ବାକ୍ଷରଥିବା ଫଟୋ ଉପହାର ପଠାଇଛନ୍ତି। ଶନିବାର ଦିନ ଏକଥା ଟୁଇଟ୍‌ କରି ନିଜେ ‘ଅଶୋକ ୟୁନିଭର୍ସିଟି’ର ଅର୍ଥନୀତି ପ୍ରଫେସର୍‌ ଅଶ୍ବିନୀ ଦେଶପାଣ୍ଡେ ଜଣାଇଛନ୍ତି।

ସେ ଲେଖିଛନ୍ତି, ଇଜିପ୍ଟୀୟ ‌ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ନିକଟକୁ ଅଗ୍ରୀମ ଦେୟ ପଠାଇବାରେ ସେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କିନ୍ତୁ, ସେ ଇଜିପ୍ଟୀୟ ‌ଟ୍ରାଭେଲ୍‌ ଏଜେଣ୍ଟ୍‌ ଥିଲେ ଭାରତୀୟ ସିନେ-ତାରକା ଶାହାରୁଖ୍‌ ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ତେଣୁ, ସେ ଆବଶ୍ୟକ ଅଗ୍ରୀମ ନ ପାଇ ମଧ୍ୟ ପ୍ରଫେସର୍‌ଦେଶପାଣ୍ଡେଙ୍କ ପାଇଁ ଟିକେଟ୍‌ ବୁକିଙ୍ଗ୍‌ କରି ଦେଇଥିଲେ। ସେ କହିଥିଲେ, ଆପଣ ଶାହରୁଖ୍‌ ଖାନ୍‌ଙ୍କ ଦେଶର ଲୋକ। ଆପଣଙ୍କ ଉପରେ ମ‌ୋର ବିଶ୍ବାସ ଅଛି। ମୁଁ ବୁକିଙ୍ଗ୍‌ କରି ଦେଉଛି। ଆପଣ ପରେ ଟଙ୍କା ଦେଇଦେବେ। ଆଉ କେଉଁ ଦେଶବାସୀଙ୍କ ପାଇଁ ମୁଁ ଏଭଳି କରି ନ ଥାନ୍ତି। ଖାଲି ଶାହାରୁଖ୍‌ ଖାନ୍‌ଙ୍କ ପାଇଁ ବିନା ଅଗ୍ରୀମରେ ବୁକିଙ୍ଗ୍‌ କରୁଛି। ଏବଂ ସତରେ ସେ ଟିକେଟ୍‌ ବୁକିଙ୍ଗ୍‌ କରିଦେଲେ।

ଏହା ପରେ ଅଶ୍ବିନୀ ଇଜିପ୍ଟ ଭ୍ରମଣରେ ଯାଇ ସମ୍ପୃକ୍ତ ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କୁ ଭେଟିଲେ। ଶାହାରୁଖ୍‌ ଖାନ୍‌ ପଠାଇଥିବା ଫଟୋ ଉପହାର ମଧ୍ୟ ତାଙ୍କୁ ଦେଲେ। ପୂଜା ଡାଡଲାନି ଏଥିପାଇଁ ବ୍ୟବସ୍ଥା କରିଥିଲେ। ଶାହାରୁଖ୍‌ ସ୍ବାକ୍ଷର କରି ତିନୋଟି ଫଟୋ ପଠାଇଥିଲେ। ସବୁଠୁ ସୁନ୍ଦର ବାର୍ତ୍ତା ଲେଖା ଥିବା ଫୋଟାଟି ଥିଲା ଇଜିପ୍ଟୀୟ ‌ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ପାଇଁ, ଆଉ ଗୋଟିଏ ଥିଲା ତାଙ୍କ ଝିଅ ପାଇଁ ଏବଂ ତୃତୀୟ ଫଟୋଟି ଥିଲା ପ୍ରଫେସର୍‌ ଦେଶପାଣ୍ଡେଙ୍କ ପାଇଁ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *