ନକଲି ଟାଙ୍କି ଓ ପାଇପ୍‌ ନିର୍ମାଣକାରୀ କାରଖାନା ସିଲ୍‌

ନକଲି ଟାଙ୍କି ଓ ପାଇପ୍‌ ନିର୍ମାଣକାରୀ କାରଖାନା ସିଲ୍‌

ଭୁବନେଶ୍ବର: ଦେଶର ଏକ ପ୍ରତିଷ୍ଠିତ ଟାଙ୍କି, ପାଇପ୍‌ ଓ ଫିଟିଙ୍ଗ୍‌ସ କଂପାନିର ବ୍ରାଣ୍ଡ୍‌ ନାମକୁ ନକଲ କରି ନାଗପୁରର ଭଣ୍ଡାରା ରୋଡ୍‌ ସ୍ଥିତ ଲିହିଗାଓଁରେ ଥିବା ଗୌରୀ ଆକ୍ବା ପ୍ଲାଷ୍ଟ କାରଖାନା ଉପରେ ଦିଲ୍ଲୀ ପୁଲିସ ଚଢ଼ଉ କରିଥିଲା। ଦିଲ୍ଲୀ କୋର୍ଟଙ୍କ ନିର୍ଦେଶ ଅନୁସାରେ ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍‌ର ଏହି କାରଖାନା ଉପରେ ଚଢ଼ଉ କରାଯାଇଥିଲା। ସ୍ଥାନୀୟ କମିସନର ଶିଖର କୁଣ୍ଡୁଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଦିନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। କୋର୍ଟଙ୍କ ନିର୍ଦେଶ ଅନୁସାରେ କାରଖାନା ଗେଟ୍‌କୁ ପୁଲିସ ସିଲ୍‌ କରିଥିଲା। ସେହି ନିର୍ଦେଶନାମାଙ୍କୁ କିନ୍ତୁ ଏହି ସଂସ୍ଥା ପାଳନ କରୁନାହିଁ। ଯେହେତୁ କାରଖାନାଟି ବହୁତ ବଡ଼ ଏବଂ ଏହା ପରିସରରେ ଶିଶୁ ଓ ମହିଳା ସମେତ ୧୫୦-୨୦୦ ଶ୍ରମିକ ରହୁଛନ୍ତି। ୨୦୨୦ ନଭେମ୍ବର ୫ରେ ମଧ୍ୟ ଏହି କାରଖାନା ଉପରେ ବିଆଇଏସ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। କଂପାନି ନକଲି ଆଇଏସ୍‌ଆଇ ମାର୍କା ଉତ୍ପାଦ ତିଆରି କରୁଥିବା ଅଭିଯୋଗ ରହିଛି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *