ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ଏଜେରକ୍ସ,ଏମକେ ପ୍ଲାଷ୍ଟ ଓ ଟ୍ରାଇବ ଡିଲାଇଟ୍

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ଏଜେରକ୍ସ,ଏମକେ ପ୍ଲାଷ୍ଟ ଓ ଟ୍ରାଇବ ଡିଲାଇଟ୍

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ ଏମର୍ଜିଂ/ଷ୍ଟାର୍ଟଅପ୍‌ ଉଦ୍ୟୋଗ ଏଜେରକ୍ସ,ଏମକେ ପ୍ଲାଷ୍ଟ ଓ ଟ୍ରାଇବ ଡିଲାଇଟ୍ ପୁରସ୍କୃତ ହୋଇଛନ୍ତି। 

ପ୍ଲାଟିନମ୍: ଏଜେରେକ୍ସ

ଏଜେରେକ୍ସ ହେଉଛି ଏକ ମିଡ୍‌-ଟେକ୍ ଓ ବାୟୋଟେକ୍ ଷ୍ଟାର୍ଟଅପ୍ ଯାହାକୁ ୨୦୧୮ରେ ସ୍ଥାପନ କରାଯାଇଛି। କଂପାନିର ଲକ୍ଷ୍ୟ ହେଉଛି ଉଚ୍ଚ ପ୍ରଗତିଶୀଳ ମେଡିକାଲ୍ ଉପକରଣ ଓ ଅଭିନବ ସମାଧାନ ବିକଶିତ କରିବା। ପ୍ରତିକାର ଓ ପ୍ରତିଷେଧମୂଳକ ସ୍ବାସ୍ଥ୍ୟ ‌ସେବା ପାଇଁ କଂପାନିର ଏକ ଉତ୍ସର୍ଗୀକୃତ ପରିଚାଳନା ଟିମ୍ ରହିଛି। ସବୁ ବର୍ଗର ଲୋକମାନଙ୍କ ପାଖରେ ଯେଭଳି ପ୍ରତିକାରମୂଳକ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିବ ସେଦିଗରେ କଂପାନି କାର୍ଯ୍ୟ କରୁଛି। ସ୍କ୍ରିନିଂ ଓ ନିଦାନ ମଧ୍ୟରେ ଥିବା ଅନ୍ତରକୁ ଦୂର କରି ପ୍ରତିକାରମୂଳକ ସ୍ବାସ୍ଥ୍ୟ ସେବାକୁ ଯଥା ସମ୍ଭବ ସୁଲଭ କରିବା ପାଇଁ କଂପାନି ଏହାର ଉଦ୍ୟମ ଜାରି ରଖିଛି। ସେଥିପାଇଁ ଏହା ଏହି କ୍ଷେତ୍ରରେ ଅନ୍ୟ କଂପାନି ଠାରୁ ଭିନ୍ନ ରହିଛି। କଂପାନି ଅନେକ ସମ୍ମାନ ହାସଲ କରିଛି। ଉନ୍ନତ ପ୍ରଯୁକ୍ତି ଜରିଆରେ ସମସ୍ତଙ୍କ ନିକଟରେ ସୁଲଭ ସେବା ପହଞ୍ଚାଇବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ଆର୍ଥିକ ସମସ୍ୟା ଓ ସୁବିଧା ସୁଯୋଗର ଅଭାବ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସମସ୍ୟା। ସେହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟ ନେଇ କଂପାନି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି। ଦେଶର ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ନିକଟରେ ଏହା ପହଞ୍ଚିବାକୁ ଚାହୁଛି। କଂପାନି ଅଭିନବ ମେଡିକାଲ୍ ଉପକରଣ ଓ ସମାଧାନ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ଯାହା ସ୍କ୍ରିନିଂକୁ ସହଜ କରିବ ଏବଂ ବହୁ ସ୍ବାସ୍ଥ୍ୟ ସମସ୍ୟାକୁ ଆଗୁଆ ଚିହ୍ନଟ କରି ଲାଗି ନିୟମିତ ସ୍ବାସ୍ଥ୍ୟ ଯାଞ୍ଚକୁ ନିଶ୍ଚିତ କରିବ।

ଗୋଲ୍ଡ: ଏମ୍‌କେ ପ୍ଲାଷ୍ଟ୍‌

ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଓ ଫାଇନାନ୍ସରେ ଏମ୍‌ବିଏ ପାଠ ପଢ଼ିଥିବା ଏମ୍‌ କେ ପଟ୍ଟନାୟକ ହେଉଛନ୍ତି ଏମ୍‌କେ ପ୍ଲାଷ୍ଟ୍‌ର ପରିଚାଳନା ନିର୍ଦେଶକ। ଗ୍ରାମାଞ୍ଚଳରେ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ସହିତ ରାଜ୍ୟର ଶିଳ୍ପ ଅନୁକୂଳ ପରିବେଶକୁ ବିଚାରକୁ ନେଇ କଂପାନିର ନିର୍ଦେଶକ ବୋର୍ଡ କଟକ ଜିଲ୍ଲାର ରାମଦାସପୁର ଶିଳ୍ପାଞ୍ଚଳରେ କଂପାନି ପିଭିସି ଆଣ୍ଡ୍‌ ଏଚ୍‌ଡିପିଇ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀ ପଟ୍ଟନାୟକ ଏହି ସଂସ୍ଥା ଆରମ୍ଭ କରିବା ପୂର୍ବରୁ ଏକ ବଡ଼ ପିଭିସି ପ୍ଲାଣ୍ଟ୍‌ର ନିର୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ କରୁଥିଲେ। ଏମ୍‌କେ ପ୍ଲାଷ୍ଟ୍‌ ଉଚ୍ଚ ମାନର ପିଭିସି ଓ ଏଚ୍‌ଡିପିଇ ପାଇପ୍‌ ତିଆରି କରୁଛି ଏବଂ ପ୍ରତିଯୋଗିତାପୂର୍ଣ୍ଣ ମୂଲ୍ୟରେ ତାହାକୁ ଯୋଗାଇ ଦେଉଛି। କଂପାନିର ଉତ୍ପାଦଗୁଡ଼ିକ ଦୀର୍ଘସ୍ଥାୟୀ ଏବଂ ଲୋକମାନଙ୍କ ଅର୍ଥ ସଞ୍ଚୟ କରିବାରେ ବିଶେଷ ସହାୟକ ହେଉଛି। କଂପାନି ଶ୍ରେଷ୍ଠ ପ୍ରଯୁକ୍ତି, ଉତ୍କୃଷ୍ଟ ଗୁଣାତ୍ମକ ପ୍ରତିଶ୍ରୁତି, ସଠିକ୍ ସମୟରେ ଡେଲିଭରି ଦେବା ଏବଂ ଶ୍ରେଷ୍ଠ ବ୍ରାଣ୍ଡିଂ କରିବା ଉପରେ ଗୁରୁତ୍ବ ଦେଉଛି। ବଜାରରେ ଗୁଣାତ୍ମକ ଉତ୍ପାଦ ଓ ସେବାର ଚାହିଦା ବୃଦ୍ଧି ପାଇଥିବା ବେଳେ ଲୋକମାନେ ଭିନ୍ନ ପ୍ରକାରର ଉତ୍ପାଦ ଖୋଜୁଛନ୍ତି। ସେଭଳି ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ଗ୍ରାହକମାନେ ଦେଉଥିବା ରାଶିର ସଠିକ୍ ମୂଲ୍ୟ ପ୍ରଦାନ କରିବା ଉପରେ କଂପାନି କାର୍ଯ୍ୟ କରୁଛି।

ସିଲ୍‌ଭର: ଟ୍ରାଇବ୍‌ ଡିଲାଇଟ୍‌

ଟ୍ରାଇବ୍ ଡିଲାଇଟ୍‌ ଲୋକମାନଙ୍କ ନିକଟରେ ଆଦିବାସୀ ଉତ୍ପାଦ ପହଞ୍ଚାଇବା ଲାଗି କାର୍ଯ୍ୟ କରୁଛି। ଏହା ଗ୍ରାହକମାନଙ୍କୁ ଉତ୍ପାଦ ଓ ଏକ ସୁସ୍ଥକର ଜୀବନଶୈଳୀ ପ୍ରଦାନ କରି ବିଶ୍ବର ଶ୍ରେଷ୍ଠ ବ୍ରାଣ୍ଡ୍ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି। କଂପାନିର ମୂଳ ଲକ୍ଷ୍ୟ ହେଉଛି ଅସଲି ଆଦିବାସୀ ଉତ୍ପାଦକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ବାସଭାଜନ ହେବା ଏବଂ ଏକ ଅଭିନବ ସଂସ୍ଥାରେ ପରିଣତ ହେବା। ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରି ଅର୍ଗାନିକ ଚାଷରେ ଉନ୍ନତି ଆଣିବା ପାଇଁ ଟ୍ୟୁବ୍ ଡିଲାଇଟ୍ ଉଦ୍ୟମ କରୁଛି। ଏହା ଅର୍ଗାନିକ ଚାଷରେ ଅମଳ କ୍ଷମତା ବଢ଼ାଇବାକୁ ମଧ୍ୟ ଚାହୁଛି। ମଣିଷ ସମାଜ ଓ ପରିବେଶ ପାଇଁ ଅର୍ଗାନିକ ଖାଦ୍ୟର ଉପାଦେୟତା ବିଷୟରେ ଏହା ସଚେତନତା ସୃଷ୍ଟି କରିବାକୁ ଚାହୁଛି। ଅର୍ଗାନିକ ଖାଦ୍ୟର ପ୍ରସାର କରିବାକୁ ଟ୍ରାଇବ୍ ଡିଲାଇଟ୍‌ ନିରନ୍ତର ଉଦ୍ୟମ ଜାରି ରଖିଛି। କଂପାନିର ପ୍ରମୁଖ ଲକ୍ଷ୍ୟ ହେଉଛି ସ୍ବତନ୍ତ୍ର ଓ ସଫଳ ବିଜନେସ୍ ମଡେଲ୍‌ ଆରମ୍ଭ କରିବା ଯାହା ସମସ୍ତଙ୍କ ଫାଇଦା ପାଇଁ ଅସଲି ଉତ୍ପାଦ ଓ ସେବା ଯୋଗାଇବ। ଭାରତର ଆଦିବାସୀ ବହୁଳ ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା, ସେମାନଙ୍କୁ ଜୀବନଜୀବିକା ସହାୟତା ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦ୍ୟଢ଼ କରିବା ଏବଂ ଆଦିବାସୀ କଲ୍ୟାଣ ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *