ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ : ଯୁବ ଉଦ୍ୟୋଗୀ ରଶ୍ମୀ ସାହୁ, ସିଦ୍ଧାର୍ଥ ଗର୍ଗ ପୁରସ୍କୃତ

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ : ଯୁବ ଉଦ୍ୟୋଗୀ ରଶ୍ମୀ ସାହୁ, ସିଦ୍ଧାର୍ଥ ଗର୍ଗ ପୁରସ୍କୃତ

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ ରୁଚି ଫୁଡ୍‌ଲାଇନ୍‌ର ନିର୍ଦେଶିକା ରଶ୍ମୀ ସାହୁ ଓ ଗର୍ଗସନ୍ ଅଟୋମୋବାଇଲର ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗଙ୍କୁ ସମ୍ମାନିତ କରାଯାଇଛି। 

ରଶ୍ମୀ ସାହୁ
ରଶ୍ମୀ ସାହୁ ହେଉଛନ୍ତି ଓମ୍ ଅଏଲ୍‌ ଆଣ୍ଡ୍‌ ଫ୍ଲୋର୍‌ ମିଲ୍‌ସ ଲିମିଟେଡ୍‌, ରୁଚି ଫୁଡ୍‌ଲାଇନ୍‌ର ନିର୍ଦେଶିକା। ଏକ ଶିଳ୍ପପତି ପରିବାରରେ ଜନ୍ମ ଗ୍ରହଣ କରିଥିବା ରଶ୍ମୀ ହେଉଛନ୍ତି ଭାରତୀୟ ଓ ଆନ୍ତର୍ଜାତିକ ଭୋଜନର ଜଣେ ବିଶେଷଜ୍ଞ। ସେ ନିଜର ପ୍ରତିଭାକୁ ରେଡି-ଟୁ-ଇଟ୍‌ ଉତ୍ପାଦ ବର୍ଗମାଳା ବିକଶିତ କରିବାକୁ ବ୍ୟବହାର କରୁଛନ୍ତି। ଫ୍ରୋଜେନ୍ ରେଡି-ଟୁ-ଇଟ୍‌ ଉତ୍ପାଦ ବିକଶିତ କରିବା ପ୍ରତି ସେ ନ୍ୟୁଟ୍ରିସନାଲ୍ ସାଇନ୍ସରେ ତାଙ୍କର ଥିବା ଜ୍ଞାନକୁ ବ୍ୟବହାର କରିଛନ୍ତି। କଂପାନିର ବୈଷୟିକ ଓ ଗବେଷଣା ଶାଖାର ମଧ୍ୟ ସେ ଦେଖାଶୁଣା କରୁଛନ୍ତି। ମହୀଶୂରର ଚେଲୁଭାବେମ୍ବ ମାନ୍‌ସନ୍‌ ସ୍ଥିତ ସେଣ୍ଟ୍ରାଲ୍ ଫୁଡ୍ ଟେକ୍ନୋଲୋଜିକାଲ୍ ରିସର୍ଚ ଇନଷ୍ଟିଚ୍ୟୁଟ୍‌ରୁ ରିସୋ‌ର୍ସ ମ୍ୟାନେଜମେଣ୍ଟ ଇନ୍‌ ଫୁଡ୍‌ ଇଣ୍ଡଷ୍ଟ୍ରିଜ୍ ବିଷୟରେ ଓ ସ୍ବିଜରଲ୍ୟାଣ୍ଡ୍‌ର ବୁହଲର୍‌ ଗ୍ରୁପ୍‌ର ପାସ୍ତା ଉତ୍ପାଦ ପ୍ରଯୁକ୍ତି ବିଷୟରେ ସେ ଶିକ୍ଷା ଗ୍ରହଣ କରିଛନ୍ତି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *