କିଟ୍‌କାଟ୍ ଚକଲେଟ୍ ଖୋଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର: ବିରୋଧ ପରେ କ୍ଷମା ମାଗିଲା ନେସ୍‌ଲେ

କିଟ୍‌କାଟ୍ ଚକଲେଟ୍ ଖୋଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର: ବିରୋଧ ପରେ କ୍ଷମା ମାଗିଲା ନେସ୍‌ଲେ

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର କିଟ୍‌କାଟ୍‌ ଚକଲେଟ୍‌ରେ ଦେଖିବାକୁ ମିଳିବା ପରେ ସୋସିଆଲ ମିଡିଆରେ ସ୍ବିସ୍‌ କମ୍ପାନି ନେସ୍‌ଲେ ଉପରେ ଲୋକମାନେ ପ୍ରବଳମାତ୍ରାରେ କ୍ଷୁବ୍ଧ ହୋଇଛନ୍ତି। ଲୋକଙ୍କ ରୋଷ ବିଷୟରେ ଅବଗତ ହେବାପରେ ନେସ୍‌ଲେ ଇଣ୍ଡିଆ କ୍ଷମା ମାଗିଛି। କିନ୍ତୁ କମ୍ପାନି ସେହି ଚକଲେଟକୁ ଗତବର୍ଷ ମଧ୍ୟଭାଗରେ ବଜାରରୁ ପ୍ରତ୍ୟାହାର କରିନେଇଛି ବୋଲି କହିଛି। ଘଟଣାର ସମ୍ବେଦନଶୀଳତାକୁ ଆମେ ବୁଝିଛୁ।

ଅନିଚ୍ଛା ସତ୍ତ୍ବେ ଯଦି ଏହା କାହାରିକୁ ଆଘାତ ଦେଇଥାଏ ତାହେଲେ ଆମେ ସେଥିପାଇଁ ଦୁଃଖିତ ବୋଲି ନେସଲେ ଇଣ୍ଡିଆର ପ୍ରବକ୍ତା କହିଛନ୍ତି। ପୂର୍ବରୁ ଯେଉଁମା‌ନେ ବ୍ୟକ୍ତିଗତଭାବେ ଅଭିଯୋଗ କରିଥିଲେ କିମ୍ବା ପ୍ରଶ୍ନ ଉଠାଇଥିଲେ କମ୍ପାନି ସେମାନଙ୍କ ଉତ୍ତର ମଧ୍ୟ ଦେଇଛି। ଚକଲେଟ ଖୋଳରେ ହିନ୍ଦୁ ଦେବଦେବୀଙ୍କୁ ପ୍ରଦର୍ଶିତ କରି ଧାର୍ମିକ ଭାବନାକୁ ଆଘାତ କରିଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ କରାଯାଇଛି। କମ୍ପାନି ଅନୁଯାୟୀ ଏଗୁଡ଼ିକ ଟ୍ରାଭେଲ୍ ପ୍ୟାକ୍‌ ନାମ‌ରେ ଆସିଥିଲା। ଗୋଯିଏ ଗୋଟିଏ ଅଞ୍ଚଳର ସୁନ୍ଦର ସ୍ଥାନଗୁଡ଼ିକକୁ ପାଳିବା ପାଇଁ ଏହା କରାଯାଇଥିଲା। ଓଡ଼ିଶାର ପୂରାତନ ପଟ୍ଟଚିତ୍ରକୁ ପ୍ରଦର୍ଶିତ କରିବା ପାଇଁ ଏଭଳି ହୋଇଥିଲା। ଉକ୍ତ କଳା ଏବଂ ଏହାର ଶିଳ୍ପୀମାନଙ୍କ ସଂପର୍କରେ ଜାଣିବା ପାଇଁ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ଏହା କରାଯାଇଥିଲା। ଅତୀତରେ ଯେଉଁ ସୁନ୍ଦର ଡିଜାଇନ ସବୁ ପ୍ରସ୍ତୁତ ହୋଇଥିଲା ସେଥିପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିବା ସହିତ ସେଗୁଡ଼ିକୁ ସାଇତି ରଖିଥାନ୍ତି। ପୂର୍ବରୁ ଗତବର୍ଷ ଏପ୍ରିଲରେ ନେସ୍‌ଲରେ ମଣିପୁରର କିବୁଲ୍ ଲାମଜାଓ ଜାତୀୟ ଉଦ୍ୟାନକୁ ମେଘାଳୟର ବୋଲି ଦର୍ଶାଇ ବିବାଦକୁ ଆସିଥିଲା। ଏଥିପାଇଁ ମଧ୍ୟ କମ୍ପାନି କ୍ଷମା ମାଗିଥିଲା।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *