ଦେଶରେ କମିଲା ଆର-ଭାଲ୍ୟୁ’, ୧୪ଦିନରେ ଶୀର୍ଷ ଛୁଇଁବ ତୃତୀୟ ଲହର: ଆଇଆଇଟି ମାଡ୍ରାସ

ଦେଶରେ କମିଲା ଆର-ଭାଲ୍ୟୁ’, ୧୪ଦିନରେ ଶୀର୍ଷ ଛୁଇଁବ ତୃତୀୟ ଲହର: ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: ଆସିଲା ଖୁସି ଖବର। ଭାରତରେ ‘ଆର-ଭାଲ୍ୟୁ’ ଜାନୁଆରି ୧୪ରୁ ଜାନୁଆରି ୨୧ମଧ୍ୟରେ ୧.୫୭ କୁ ହ୍ରାସ ପାଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହା ସହ ଆଗାମୀ ଦୁଇ ସପ୍ତାହ ପ‌ରେ ଦେଶରେ ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି କହିଛି ଆଇଆଇଟି ମାଡ୍ରାସ।

ଜଣେ ବ୍ୟକ୍ତି କେତେ ଲୋକଙ୍କୁ ସଂକ୍ରମିତ କରୁଛି, ତାହା ‘ଆର-ଭାଲ୍ୟୁ’ କହିଥାଏ। ଯଦି ଏହି ହାର ୧ରୁ ତଳକୁ ଖସିଯିବ, ତେବେ ମହାମାରୀ ସମାପ୍ତ ହୋଇଛି ବୋଲି ବିବେଚନା କରାଯିବ। ଆଇଆଇଟି ମାଡ୍ରାସର ଏକ ଅଧ୍ୟୟନ ଅନୁଯାୟୀ, ଜାନୁଆରି ୧୪ରୁ ଜାନୁଆରି ୨୧ମଧ୍ୟରେ ‘ଆର-ଭାଲ୍ୟୁ’ ୧.୫୭ କୁ ହ୍ରାସ ପାଇଛି, ଯାହା ଜାନୁଆରି ୭ରୁ ୧୩ ମଧ୍ୟରେ ୨.୨, ଜାନୁଆରି ୧ ରୁ ୬ମଧ୍ୟରେ ୪ ଏବଂ ଡିସେମ୍ବର ୨୫ରୁ ୩୧ ମଧ୍ୟରେ ୨.୯ ଥିଲା। ଏବେ  ମୁମ୍ବାଇର’ଆର-ଭାଲ୍ୟୁ’ ୦.୬୭, ଦିଲ୍ଲୀର ‘ଆର-ଭାଲ୍ୟୁ’ ୦.୯୮, ଚେନ୍ନାଇର ‘ଆର-ଭାଲ୍ୟୁ’ ୧.୨ ଏବଂ କୋଲକାତାର’ଆର-ଭାଲ୍ୟୁ’ ୦.୫୬ ରହିଛି।

ତେବେ ଦେଶରେ ଏବେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୩,୫୩୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୨୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୧୭୧ କମ୍‌ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୨,୩୭,୨୬୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୨୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୯,୪୦୯ରେ ପହଞ୍ଚିଛି।

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *