ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକ ମିଳିଲା ଚୀନରୁ; ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକ ମିଳିଲା ଚୀନରୁ; ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନା ଦାବି କରିଛି ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକକୁ ଚୀନର ସେନା ବାହିନୀ ପିପୁଲ୍ସ ଲିବେରେସନ ଅଫ୍ ଆର୍ମି(ପିଏଲଏ) ପାଇଛି । ଏହି ନାବାଳକର ନାମ ମିରମ ତରୋନ ଓ ସେ ୧୭ ବର୍ଷୀୟ ବୋଲି ଚିହ୍ନଟ କରାଯାଇଛି । ତରୋନକୁ ଅରୁଣାଚଳ ପ୍ରଦେଶ ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରୁ ଚୀନ୍ ଉଠାଇ ନେଇଛି ବୋଲି ଅଭିଯୋଗ ହୋଇଥିଲା ।

ତେଜପୁରର ପ୍ରତିରକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ହର୍ଷବର୍ଦ୍ଧନ ପାଣ୍ଡେ ରବିବାର କହିଛନ୍ତି, ତରୋନ ନିଜ ଗାଁ ଜିଦାରୁ ହଜି ଯାଇଥିଲା । ତାକୁ ପିଏଲଏ ପାଇଛି । ଚୀନର ସେନା ବାହିନୀ ଏବିଷୟରେ ଆମକୁ ଖବର ଦେଇଛି ଓ କହିଛି ତରୋନକୁ ଭାରତକୁ ଫେରାଇବାର ଆବଶ୍ୟକ ପ୍ରକ୍ରିୟାର ପାଳନ କରା ଯାଉଛି ।

ତରୋନ ହଜିଥିବାର ଖବର ପାଇ ଭାରତୀୟ ସେନା ତାକୁ ଖୋଜିବା ପାଇଁ ପିଏଲଏର ସାହାଯ୍ୟ ମାଗିଥିଲା। ଭାରତୀୟ ସେନା ଶୀଘ୍ର ହିଁ ହଟ୍-ଲାଇନ୍ ଦ୍ଵାରା ପିଏଲଏ ସହିତ ଯୋଗାଯୋଗ କରିଥିଲା । ଭାରତୀୟ ସେନା ପିଏଲଏକୁ କହିଥିଲା ଜଡିବୁଟି ସଂଗ୍ରହ କରୁଥିବା ଏକ ବାଳକ ରାସ୍ତା ଭୁଲି ଯାଇଛି ଓ ମିଳୁ ନାହିଁ ।

ଅରଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ନାବାଳିକ ହଜିଥିବାର ଖବର ସ୍ଥାନୀୟ ଅଧିକାରୀଗଣ ଓ ଗୃହ ରାଜ୍ୟ ମନ୍ତ୍ରୀ ଏନ୍.ପ୍ରାମାଣିକଙ୍କୁ ଦେଇଥିଲେ । ଏହା ସହିତ ସେ ଭାରତ ସରକାରଙ୍କ ସମସ୍ତ ସଂସ୍ଥାମାନଙ୍କୁ ନାବାଳକକୁ ଖଲାସ କରିବା ପାଇଁ ଜରୁରୀ ପଦକ୍ଷେପ ନେବେ ପାଇଁ ଅନୁରୋଧ କରିଥିଲେ ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *