
ପଶ୍ଚିମବଙ୍ଗରେ ନେତାଜୀଙ୍କ ଜୟନ୍ତୀରେ ମାଡ ମରାମରି ହେଲେ ବିଜେପି ଓ ଟିଏମସିଙ୍କ ସମର୍ଥକ
- ଦେଶ ବିଦେଶ
- January 23, 2022
- No Comment
- 149
କୋଲକତା: ପଶ୍ଚିମବଙ୍ଗର ଭାଟପାରାରେ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଏକ କାର୍ଯ୍ୟକ୍ରମ ସମୟରେ ଟିଏମସି ଓ ବିଜେପିର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି । ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ମାଡଗୋଳ ମଧ୍ୟ ହୋଇଥିଲା ବୋଲି ସୂଚନା ମିଳିଛି ।
ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ କହିଛନ୍ତି,ଆଜି ସକାଳ ୧୦ ଟା ୩୦ରେ ଆମର ବିଧାୟକ ପବନ ସିଂହ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ । ସେତେବେଳେ ଟିଏମସିର ଗୁଣ୍ଡାମାନେ ତାଙ୍କ ଉପରେ ଗୁଳି ଚଳାଇ ଓ ଇଟା ଫିଙ୍ଗି ଆକ୍ରମଣ କରିଥିଲେ । ମୁଁ ପହଞ୍ଚିବା ପରେ ସେମାନେ ମୋତେ ବି ଆକ୍ରମଣ କଲେ । ପୁଲିସ ସାମନାରେ ମୋର ଗାଡି ଭାଙ୍ଗି ଦିଆଗଲା ।
ନେତାଜୀଙ୍କ ଜୟନ୍ତୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିନଟିକୁ ‘ଦେଶ ନାୟକ ଦିବସ‘ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଯେ ନେତାଜୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଛୁଟିଦିନ ଘୋଷଣା କରାଯାଉ ଯାହାଦ୍ଵାରା ସମଗ୍ର ଦେଶରେ ରାଷ୍ଟ୍ରୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ ଓ ଦେଶ ନାୟକ ଦିବସ ପାଳନ କରାଯାଇ ପାରିବ ।