କୋଲ୍‌କାତା ମଇଦାନର ‘ଜୋସ୍‌ ମରିନୋ’ ଆଉ ନାହାନ୍ତି

କୋଲ୍‌କାତା ମଇଦାନର ‘ଜୋସ୍‌ ମରିନୋ’ ଆଉ ନାହାନ୍ତି

କୋଲ୍‌କାତା: କୋଲ୍‌କାତାର ‘ଜୋସ୍‌ ମାରିନୋ’ ଭାବେ ପରିଚିତ ସୁବାଷ ଭୌମିକ୍‌ ଆଉ ନାହାନ୍ତି। ଏହି କିଂବଦନ୍ତି ପୂର୍ବତନ ଭାରତୀୟ ଫୁଟ୍‌ବଲର୍‌ ଏବଂ ଚର୍ଚ୍ଚିତ ପ୍ରଶିକ୍ଷକ ଦୀର୍ଘ ଦିନର ଅସୁସ୍ଥତା ପରେ ଶନିବାର ପ୍ରାତଃ ସମୟରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କିଡ୍‌ନି ଏବଂ ମଧୁମେହ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ୩ ମାସ ହେଲା ନିୟମିତ ତାଙ୍କର ଡାଏଲିସିସ୍‌ ଚାଲିଥିଲା। ୨୩ ବର୍ଷ ତଳେ ମଧ୍ୟ ତାଙ୍କର ବାଇପାସ୍‌ ସର୍ଜରି କରାଯାଇଥିଲ। ଛାତିରେ ସଂକ୍ରମଣ ଯୋଗୁଁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁ ନେଇ ପରିବାର ସୂତ୍ରରୁ ସ୍ପଷ୍ଟ କରାଯାଇଛି।

ଏହି ପୂର୍ବତନ ମିଡ୍‌ଫିଲ୍‌ଡର ୧୯୭୦ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଦଳର ସଦସ୍ୟ ଥିଲେ। ସେ ମଧ୍ୟ ୧୯୭୪ ସଂସ୍କରଣରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ଭୌମିକ ୧୯୭୧ରେ ମେର୍ଦେକା କପ୍‌ରେ ଫିଲିପାଇନ୍ସ ବିପକ୍ଷ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ କରିଥିଲେ। ତାଙ୍କ ଖେଳ ଜୀବନ କିନ୍ତୁ ବହୁ ବିବାଦୀୟ ରହିଥିଲା। ଯାହା ଫଳରେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୫ରେ ଜେଲ୍‌ ଦଣ୍ଡ ଭୋଗିଥିଲେ। ଖେଳ ଜୀବନରୁ ଅବସର ନେବା ପରେ ପରେ ଭୌମିକ ପ୍ରଶିକ୍ଷଣକୁ ଆଦରି ନେଇଥିଲେ। ମୋହନ ବାଗାନ ପାଇଁ ପ୍ରଶିକ୍ଷକ ଭାବେ ପଦାର୍ପଣ କରିବା ପରେ ସେ ଇଷ୍ଟବେଙ୍ଗଲର ପ୍ରଶିକ୍ଷକ ରହିଥିଲେ। ସେହିଠାରେ ହିଁ ସେ ସର୍ବାଧିକ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ଇଷ୍ଟବେଙ୍ଗଲ ଦଳ ୨୦୦୩ରେ ଏସିଆନ୍‌ କପ୍‌ରେ ସ୍ବର୍ଣ୍ଣ ବିଜେତା ହୋଇଥିଲା। ଭୌମିକ ମଧ୍ୟ ଇଷ୍ଟବେଙ୍ଗଲକୁ କ୍ରମାଗତ ଭାବେ ନ୍ୟାସ୍‌ନାଲ ଲିଗ୍‌ ଟ୍ରଫି ଭେଟି ଦେଇଥିଲେ। ପୁଣି ଚର୍ଚ୍ଚିଲ ବ୍ରଦର୍ସର ବୈଷୟିକ ନିର୍ଦେଶକ ପଦ ଅଳଂକୃତ କରି ସଫଳତା ଅର୍ଜନ କରିଥିଲେ। ଏତେ ସଫଳତା ଯୋଗୁଁ ତାଙ୍କୁ କୋଲ୍‌କାତା ମଇଦାନର ‘ଜୋସ୍‌ ମରିନୋ’ ଭାବେ ପରିଗଣିତ କରାଯାଉଥିଲା।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *