ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଲଜ୍ୟା।ମହିଳାଙ୍କୁ ଗଣ ଧର୍ଷଣ

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଲଜ୍ୟା।ମହିଳାଙ୍କୁ ଗଣ ଧର୍ଷଣ (ଦୁଷ୍କର୍ମ) ପରେ ମହିଳାଙ୍କ ଚୁଟି କାଟି ତାଙ୍କ ମୁଁହରେ କାଳି ବୋଳା ଯାଇଥିଲା। ତେବେ ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଏପରି ଏକ ଲଜ୍ୟାକର ଘଟଣା ଘଟିଯାଇଛି। ଯେଉଁ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି.. ଜଣେ ମହିଳାଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଥିଲା । ଏତିକିରେ କଥା ସରିନଥିଲା । ଏହାପରେ ପୀଡିତାଙ୍କ ଚୁଟି କାଟି , ତାଙ୍କ ମୁହଁରେ କାଳି ବୋଳାଯାଇଥିଲା । ତାଙ୍କୁ କଲୋନୀରେ ବୁଲାଇଥିଲେ ସ୍ଥାନୀୟ ଲୋକେ । ସବୁଠୁ ନିନ୍ଦନୀୟ କଥା ହେଉଛି ଏପରି କରିବାରେ ଅନେକ ମହିଳା ସାମିଲ ଥିବା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ମହିଳାମାନେ ହିଁ ଏପରି ବ୍ୟବହାର କରିବା ପରେ ଏହି ଘଟଣାକୁ ନେଇ ଚାରିଆଡେ ନିନ୍ଦା ହେଉଛି । ଏହି ଘଟଣାରେ ପୋଲିସ ୪ଜଣ ମହିଳାଙ୍କୁ ଗିରଫ କରିବା ସହ ଛାନବିନ୍ ଜାରି ରଖିଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ କଡା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ଗୃହମନ୍ତ୍ରୀ ଅମିତ ଶାହା ଙ୍କୁ ନିବେଦନ କରିଛନ୍ତି ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *