ପୁଣି ଶୀତ ରେ ଥରିବ ଓଡିଶା ।

ପୁଣି ଶୀତ ରେ ଥରିବ ସାରା ଓଡିଶା । ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ ଫଳରେ ସାରା ଓଡିଶାରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ ସୂଚନା ମିଳିଛି । ତେବେ ଶୀତର ପ୍ରକୋପ ଜାରି ରହିବା ସହିତ ଘନ କୁହୁଡି ମଧ୍ୟ ରହିବ ଯାହାକୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ କୁ ଚିଠି ଲେଖିଛନ୍ତି ଏସଆରସି । ତେବେ ଘନ କୁହୁଡି ଦ୍ଵାରା ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି । ସେପଟେ ୨୮ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ବରଗଡ,ବଲାଙ୍ଗିର,ସୋନପୁର, ସୁନ୍ଦରଗଡ ଏବଂ  କେନ୍ଦୁଝର  ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରଯାଇଛି । ସେହିଭଳି ୨୯ରୁ ୩୦ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା,ବରଗଡ,ବଲଙ୍ଗିର,ସୋନପୁର,କେନ୍ଦୁଝର,ଅନଗୁଳ,ସୁନ୍ଦରଗଡ଼,ନୂଆପଡା, ସମ୍ବଲପୁର ଏବଂ ଦେଓଗଡ ଆଦି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି ।

Related post

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):-  ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା…
ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା…
ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ…

Leave a Reply

Your email address will not be published.