କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତାରେ ବିଶ୍ୱବାସୀ, WHO ତରଫରୁ ସୂଚନା

 

 

ଦୀର୍ଘ ଚାରି ବର୍ଷ ହେବ ମହାମାରୀ କରୋନା ତାର ତାଣ୍ଡବ ଖେଳାଇବାରେ ଲାଗିଛି। ଏପର୍ଯ୍ୟନ୍ତ ମଧ୍ୟ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଆଉ ଏହାରି ଭିତରେ କରୋନା ନୂଆ ଭ୍ୟାରିଆଣ୍ଟ ବିଶ୍ୱବାସୀଙ୍କୁ ଚିନ୍ତାରେ ପକେଇ ଦେଇଛି। କରୋନା ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ନିଓକୋଭ ଏବେ ଆତଙ୍କ ରଚିବାରେ ଲାଗିଛି। ଏହି ନୂଆ ଭୂତାଣୁ ଅଧିକ ମାରାତ୍ମକ ହେବ ସହିତ ଅଧିକ ଶକ୍ତିଶାଳୀ ମଧ୍ୟ। ତେଣୁ ଏହା ଉପରେ ଅଧିକ ଗବେଷଣା ମଧ୍ୟ ଜାରି ରହିଛି। ଚୀନର ଓହାନ ଗବେଷକ ମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ଵବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ି ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଭୂତାଣୁ ଅଧିକ ମାରାତ୍ମକ ହେବ ସହ ଅନ୍ୟ ଭୂତାଣୁ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିବା ନେଇ WHO ତରଫରୁ ବିଶ୍ୱବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

Related post

ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଫୋକସ ପ୍ଲସ ୨୮/୧/୨୩(ବରଗଡ଼): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ‌ ଜଗନ୍ନାଥ ମନ୍ଦିର ଠାରୁ ଗୋକୁଳମୁଣ୍ଡା ହାଟ ପଦା ପର୍ଯନ୍ତ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…
ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଫୋକସ ପ୍ଲସ ୨୮/୧/୨୩(ବରଗଡ଼):ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଏକ ମାତ୍ର ଝିଅର ହତ୍ୟା ପରେ ଉଜୁଡ଼ି ଯାଇଥିଲା ସୁନାର ସଂସାର। ଝିଅକୁ ସବୁବେଳେ…
ଶାହରୁଖଙ୍କ ପ୍ରେମରେ ଉର୍ଫି

ଶାହରୁଖଙ୍କ ପ୍ରେମରେ ଉର୍ଫି

ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ): ନିଜର ଆଉଟ ଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଉର୍ଫି ଯାଭେଦ । କାରଣ ସବୁବେଳେ ଭିନ୍ନ ଧରଣର ପୋଷାକ ପିନ୍ଧି ଲୋକଙ୍କ ସାମ୍ନାକୁ…

Leave a Reply

Your email address will not be published.