ଦୁର୍ନୀତିର ଗନ୍ତାଘର ପାଲଟିଛି ଖୋଦ ଗୃହମନ୍ତ୍ରୀଙ୍କ କେନ୍ଦ୍ରସ୍ଥଳୀ

 

 

 

ପଂଚାୟତ ରେ ହେଉଥିବା ବିଜୁ କଲ୍ୟାଣ ମଣ୍ଡପ ର ଦୁର୍ନୀତି ର ଚିତ୍ର ସାମ୍ନା କୁ ଆସିଛି। ଖୋଦ ଗୃହମନ୍ତ୍ରୀ ଙ୍କ ବିଖ୍ୟାତ ଗଡ଼ ବୃନ୍ଦାବାହାଲ ରେ ନିର୍ମାଣାଧୀନ ଅବସ୍ଥାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ରେ କାମ ନ ସରୁଣୁ ଭୁଶୁଡି ପଡୁଛି କାନ୍ଥ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବହାଲ ଗ୍ରାମରେI ମାନ୍ୟବର ମନ୍ତ୍ରୀ ସାତ ମାସ ତଳେ ନିଜ କରକମଳରେ ଉଦଘାଟନ କରିଥିବା କଲ୍ୟାଣ ମଣ୍ଡପ ର ଅବସ୍ଥା କହିଲେ ନ ସରେ। ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ର ଫଳ ଭୋଗିବେ ଜନସାଧାରଣ। ବିଜେଡିର ଟାଣୁଆ ନେତା ନିଜେ ସରପଂଚ ଥିଲେ ଆଉ ଏବେ ବିଜେଡି ଦଳ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ । ସେ ଏବେ କେଉଁ ବିକାଶର ଗାଥା ନେଇ ଭୋଟ ଭିକ୍ଷା କରିବେ ତାହା ଜନସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ଭୁଶୁଡି ପଡିବାରେ ଲାଗିଛି କଲ୍ୟାଣ ମଣ୍ଡପ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବହୁ ବଡ଼ ବଡ଼ ନେତା ବୃନ୍ଦାବହାଲ ଗାଁ ରେ ଥିବାବେଳେ ନିମ୍ନ ମାନର କାମକୁ ହଜମ କରି ପାରୁନାହାଁନ୍ତି ଗ୍ରାମବାସୀ I ସେପଟେ ଖୋଦ ବିଭାଗୀୟ ଜେଇ ଆଗକୁ କାମ ଠିକ କାମ ହେବ ବୋଲି ଆଶ୍ୱାସନା ଦେଇଛନ୍ତି। କଳାହାଣ୍ଡି ର ବୃନ୍ଦାବହାଲ ଗାଁ ରେ ବିଜୁ ଜନତା ଦଳ ର ଟାଣୁଆ ନେତା ଥିବା ମନ୍ତ୍ରୀ ଙ୍କ ଘନ ଘନ ଗ୍ରସ୍ତ ସତ୍ତ୍ୱେ ନିମ୍ନ ମାନର କାମ ଲୋକଙ୍କୁ ଚକିତ କରୁଛି।

Related post

ଧାରଣା ରେ ବସିଲେ ଜମୀହରାମାନେ

ଧାରଣା ରେ ବସିଲେ ଜମୀହରାମାନେ

ଚାଳିଷ ବର୍ଷ ପୂର୍ବେ ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ କମ୍ପାନୀ ଜମୀହରାମାନଙ୍କୁ ଦେଇଥିବା ପ୍ରତିଶୃତି ପୁରଣ ନକରିବାରୁ ପିପିଏଲ୍ ଫାଟକ ବନ୍ଦ କରାଯାଇଛି, ଜମିହରା କାରୀମାନଙ୍କ ଦାବି…
ବିନା ନୋଟିସ ରେ ଚାଲିଛି ମାସିକ ସଭା

ବିନା ନୋଟିସ ରେ ଚାଲିଛି ମାସିକ ସଭା

ଫୋକସ ପ୍ଲସ 24/5/22(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତ ରେ ବିନା ନୋଟିସ ରେ ଚାଲିଥିଲା ମାସିକ ସଭା |ଏହି ସଭା ରେ ପାତର…
ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ…

Leave a Reply

Your email address will not be published.