ଦୁଇ ଶିକାରୀ ସମେତ ଗୋଟିଏ ବନ୍ଧୁକ ଜବତ ।

ଦୁଇ ଶିକାରୀ ସମେତ ଗୋଟିଏ ବନ୍ଧୁକ ଜବତ ।

ଅନୁଗୋଳ (ଫୋକସ ପ୍ଲସ) ୩୦/୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ର ଧଣ୍ଡାତୋପା ବନାଞ୍ଚଳ ବିଭାଗ କାର୍ଯ୍ୟରତ ସମୟରେ ସୂଚନା ପାଇ କୋରାଵ ,ଓ ତରଣ୍ଡା ଗ୍ରାମରୁ ୨ଜଣ ଶିକାରୀ ସହିତ ଗୋଟିଏ ବନ୍ଧୁକ ଜବତ କରି କୋଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ନେବାରେ ଜଣାଯାଏ ଜଙ୍ଗଲରେ ବିଭନ୍ନ ପ୍ରକାର ଜୀବଜନ୍ତୁ ଙ୍କୁ ଗଣନା ସହିତ ଗତି ବିଧି କୁ ନିରୀକ୍ଷଣ କରିବା ନିମନ୍ତେ ସରକାରଙ୍କ ଯୋଜନା ରୁ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ସିସି ଟିଭି କେମେରା ଲଗାଯାଇଛି । କିନ୍ତୁ ଜନ୍ତୁ ଶିକାର ପାଇଁ ଶିକାରୀ ମାନେ ଉକ୍ତ ବାଟରେ ଯିବା ଆସିବା ସମୟରେ ଶିକାରୀମାନେ ଗୋଟିଏ ରୁ ଦୁଇଟି ସିସି ଟିଭି କେମେରା ଚୋରି କରି ନେଇ ଯାଇଥିବା ଜଣାଯାଇଛି । ଲାଗିଥିବା ସିସି ଟିଭି ଫୁଟେଜ ରୁ ଶିକାରୀ ଙ୍କ ଗତିବିଧି କୁ ଲକ୍ଷ୍ୟ କରି କୋରାଵ ଗ୍ରାମର ଯୁଗଳ ବେହେରା (୫୬ ) ପିତl ସରଦlକର ବେହେରା ଓ ତରଣ୍ଡା ଗ୍ରାମର କୁଶ ନାୟକ (୫୦) ପିତା ଅକ୍ରୁର ନାୟକ ଗୋଟିଏ ବନ୍ଧୁକ ଜବତ କରି ଆସାମୀ ମାନଙ୍କୁ କୋଟ ଚାଲାଣ କରିଥିବା ଜଣାଯାଇଛି । ଶିକାରୀଙ୍କ ଗ୍ୟାଙ୍ଗ ରେ ୫/୬ ଜଣ ଶିକାରୀ ସଂଗଠିତ ହୋଇ ରହିଛନ୍ତି ଏ ଦୁଇ ଜଣଙ୍କୁ ଧରିବା ପରେ ଅନ୍ୟ ମାନେ ଫେରାର ହୋଇଯାଇଥିବା ପ୍ରକାଶ ଓ ଫେରାର ଅlସମୀଙ୍କୁ ଯଥା ଶୀଘ୍ର ଧରାଜୀବ ବୋଲି ବନାଞ୍ଚଳ ଅଧିକାରୀ ରବିନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକ ଫୋକସ ପ୍ଲସ ।

Related post

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…
ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ଫୋକସ ପ୍ଲସ 05/02/2023(ରଓ୍ବୋ) ମଧ୍ୟପ୍ରଦେଶ ରଓ୍ବୋ ଜିଲ୍ଲା ରେ ଜଣେ ୧୬ ବର୍ଷର ନାବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି। ଦୁଇବର୍ଷ ତଳେ ବୃଦ୍ଧାଙ୍କ…
ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଫୋକସ ପ୍ଲସ 5/2/2023 (ବ୍ୟୁରୋ): ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ)…

Leave a Reply

Your email address will not be published.