ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ

ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ

ବଜେଟ – ୨୦୨୨-୨୩….
୫ ଟି ରାଜ୍ୟରେ ନିର୍ବାଚନ ଥିବା ଯୋଗୁଁ ଏଥର ବଜେଟରେ ଜନସାଧାରଣ ବହୁତ କିଛି ଆଶା କରୁଥିଲେ। କିନ୍ତୁ, ଏହି ବଜେଟ ଲୋକଙ୍କୁ ନିରାଶ କରିଛି। ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଲା। ମଧ୍ୟବିତ୍ତ କିମ୍ବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ। କେବଳ ନିଜର ଆୟ ବଢାଇବା ପାଇଁ କ୍ରିପ୍ଟୋକରେନ୍ସିର ଦେଣନେଣ ଆୟ ଉପରେ ୩୦% କର ବସାଯାଇଛି। ୪୦୦ ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବା ପାଇଁ ସରକାର ସ୍ଥିର କରିଛନ୍ତି। ଏହାଦ୍ୱାରା ଘରୋଇ କମ୍ପାନୀ ଲାଭ ପାଇବେ; କାରଣ ଯାତ୍ରୀଙ୍କୁ ଏଥିପାଇଁ ଅଧିକ ଭଡା ଦେବାକୁ ପଡିଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ଏକ ମହଙ୍ଗା ମାଡ। ଏଥର ବଜେଟର ସକାରାତ୍ମକ ଦିଗ ହେଉଛି, 5G ସ୍ପେକ୍ଟ୍ରମ (Spectrum), ୨୫,୦୦୦ କି.ମି.ର ନୂତନ ରାଜପଥ ନିର୍ମାଣ ଯୋଜନା, ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ PM-e-Vidya ମାଧ୍ୟମରେ ୨୦୦ ଟି ଆଞ୍ଚଳିକ ଶିକ୍ଷା ଚେନେଲ, ଆୟକର ରିଟର୍ଣ୍ଣରେ ଭୁଲ ସଂଶୋଧନ ପାଇଁ ୨ ବର୍ଷ ସମୟ ପ୍ରଦାନ।
ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ପୁର୍ଣ ନିରାଶ ବଜେଟ କୁହାଯିବ ,
ପ୍ରଦୀପ ଦେବତା
ଉପସଭାପତି
ଓଡିଶା ବ୍ୟବସାୟୀ ସଂଘ
ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋଟ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *