ମୃତ କୁଟୁରା ଜବତ,ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

ମୃତ କୁଟୁରା ଜବତ,ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

: ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାରବେଳେ, ବନବିଭାଗ କରିଛି ଚଢ଼ାଉ । ଏହି ଚଢ଼ାଉବେଳେ ମୃତ ବନ୍ୟଜନ୍ତୁ ଜବତ ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀଦ୍ୱୟ ହେଲେ ତିରିକୁମ୍ପା ଗ୍ରାମର ଅମର ବେହେରା ଓ ନାରାୟଣ ପ୍ରଧାନ ।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସଙ୍କ ତତ୍ତ୍ୱାବଧାନରେ, ବିଭାଗୀୟ କର୍ମଚାରୀମାନେ ଜଗନ୍ନାଥପ୍ରସାଦ ସଂରକ୍ଷିତ ଜଙ୍ଗଲ , ଭାଗ ନଂ – ୭ ରେ , ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଉପରୋକ୍ତ ୨ ଶିକାରୀଙ୍କୁ ବନବିଭାଗ କର୍ମଚାରୀ ଗିରଫ କରିଥିଲାବେଳେ ସେମାନଙ୍କ ନିକଟରୁ ଗୁଳିବିଦ୍ଧ ମୃତ କୁଟରା, ଶିକାରରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ , ୩ଟି ଜୀବନ୍ତ ଗୁଳି , ଟର୍ଚ୍ଚ, ଶିକାର ସରଞ୍ଜାମକୁ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବନବିଭାଗ କେସ୍‌ ନମ୍ବର ୩୨୦/ ୨୧-୨୨ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ସହକାରୀ ବନ ସଂରକ୍ଷକ ଅଧିକାରୀ ଏମ୍‌. ମୋତିଲାଲ୍‌ଙ୍କ ଉପସ୍ଥିତିରେ , ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡଃ. ନିହାର ରଞ୍ଜନ ସାମନ୍ତରାୟ, ମୃତ କୁଟୁରାର ବ୍ୟବଛେଦ କରିଥିଲେ । ପରେ ତାହାକୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା । ଏହି ଚଢାଉରେ ଗେରେଡା ବନପାଳ କଳାବଦନ ଦାସ , ଜଗନ୍ନାଥପ୍ରସାଦ ବନପାଳ ଈଶା ଗଣେଶ, ବନରକ୍ଷୀ ପ୍ରଦ୍ୟୁମ୍ନ ବିଷୋୟୀ, ସ୍କ୍ୱାର୍ଡ କର୍ମଚାରୀ ଅଶୋକ ଗୌଡ଼, ଜିତେନ୍ଦ୍ର ସେଠୀ ଓ ଶତ୍ରୃଘନ ବାରିକ ପ୍ରମୁଖ ସାମିଲ୍‌ ଥିଲେ ।

Related post

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆରୁ ଦାଶରଥି ଗିରିଙ୍କ ରିପୋର୍ଟ ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି…
ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ଫୋକସ ପ୍ଲସ 26/5/22 (କେନ୍ଦ୍ରାପଡା):ବୋହୁ କରିଥିଲେ ଋଣ |ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ…
ନାଚ ଗୀତାରେ ଝୁମିଲେ ଏସପି

ନାଚ ଗୀତାରେ ଝୁମିଲେ ଏସପି

ଫୋକସ ପ୍ଲସ 26/5/22 (ନବରଙ୍ଗପୁର): କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବ ରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l ନବରଙ୍ଗପୁର ଜିଲ୍ଲା…

Leave a Reply

Your email address will not be published.