
ଗୋଡସେ ସଚ୍ଚା ହିନ୍ଦୁ ହୋଇଥିଲେ ଗାନ୍ଧୀଙ୍କୁ ନୁହେଁ ଜିନ୍ନାଙ୍କୁ ଗୁଳି କରିଥାନ୍ତା: ସଞ୍ଜୟ ରାଉତ
- ଦେଶ ବିଦେଶରାଜନୀତି
- February 2, 2022
- No Comment
- 127
ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍ ରାଜନୀତିକୁ ପୁଣି ଥରେ ସରଗରମ କରିଛି। ଜଣେ ହିନ୍ଦୁତ୍ଵବାଦୀ ଗାନ୍ଧୀ ଜୀଙ୍କୁ ଗୁଳି କରିଥିଲେ, ରାହୁଲଙ୍କ ଏହି ଟ୍ଵିଟ୍ ପରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଯଦି ହତ୍ୟାକାରୀ ହିନ୍ଦୁତ୍ଵବାଦୀ ହୋଇଥାନ୍ତା ତେବେ ଗାନ୍ଧୀଙ୍କୁ ନୁହେଁ ଜିନ୍ନାଙ୍କୁ ଗୁଳି କରିଥାନ୍ତା। ଆଉ ଏହା ଦେଶଭକ୍ତିର କାମ ହୋଇଥାନ୍ତା।ରାଉତ କହିଛନ୍ତି, ଗାନ୍ଧୀଙ୍କ ନିଧନରେ ଆଜି ମଧ୍ୟ ଦୁନିଆ ଶୋକରେ ଅଛି। ଯଦି ହତ୍ୟାକାରୀ ପ୍ରକୃତରେ ହିନ୍ଦୁତ୍ଵବାଦୀ ହୋଇଥାନ୍ତା ତେବେ ଜିନ୍ନାଙ୍କୁ ଗୁଳି କରିଥାନ୍ତା। ଜିନ୍ନା ପାକିସ୍ତାନ ବିଭାଜନର ଦାବି କରିଥିଲେ। ସେ ଦେଶକୁ ବିଭାଜନ କରିଥିଲେ। ତେଣୁ ଜିନ୍ନାଙ୍କୁ ଗୁଳି କରିବା ଉଚିତ୍ ଥିଲା। ଯଦି ଆପଣଙ୍କର ଏତେ ସାହାସ ଥିଲା ତେବେ ଜିନ୍ନାଙ୍କୁ ଗୁଳି କରିବାର ଥିଲା। ଗାନ୍ଧୀଙ୍କୁ ଗୁଳି କରିବା ଠିକ୍ ନଥିଲା।