ସାଥି ବିନା ଫିକା ଭାଲେଣ୍ଟାଇନ

ସାଥି ବିନା ଫିକା ଭାଲେଣ୍ଟାଇନ

ମୁମ୍ବାଇ 02/02/2022: ବଲିଉଡର ଟ୍ରେଣ୍ଡିଂ କପଲ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ ପରେ ପ୍ରତ୍ୟେକ ପର୍ବକୁ ଏକାଠି ପାଳନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଲାଗୁଛି ଯେ ଦମ୍ପତ୍ତି ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ ଡେ ସେଲିବ୍ରେସନ କରିବାରେ ସମର୍ଥ ହେବେ ନାହିଁ । ହେଲେ କାରଣ କଣ ଜାଣନ୍ତୁ..କ୍ୟାଟ୍ରିନା କୈଫ ତାଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର-୩ର ସୁଟିଂ ହେତୁ ସ୍ୱାମୀ ବିକି କୌଶଲଙ୍କ ସହ ପ୍ରଥମ ଭାଲେଣ୍ଟାଇନ୍ସ ଉତ୍ସବ ପାଳନ କରିବାକୁ ସମର୍ଥ ହେବେ ନାହିଁ । ଜାନୁଆରୀରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଟାଇଗର -୩ର ଶେଷ କାର୍ଯ୍ୟସୂଚୀ ସୁଟିଂ ହେବାର ଥିଲା । ହେଲେ କୋଭିଡ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା ।ସୂଚନା ମୁତାବକ ନିର୍ମାତାମାନେ ଏକ ନୂତନ ସୁଟିଂ କାର୍ଯ୍ୟସୂଚୀ ଯୋଜନା କରିଛନ୍ତି । ଫେବୃଆରୀ ମଧ୍ୟଭାଗରେ ସେମାନେ ଫିଲ୍ମର ଶେଷ କାର୍ଯ୍ୟସୂଚୀ ଯୋଜନା କରୁଛନ୍ତି । ଏହା ଏକ ୧୫ ଦିନର କାର୍ଯ୍ୟସୂଚୀ ହେବ, ଯେଉଁଥିରେ କେବଳ ସୁଟିଂକୁ ଫୋକସ କରାଯିବ । ନିର୍ଦ୍ଦେଶକ ମନୀଶ ଶର୍ମା ଚାହୁଁଛନ୍ତି ଯେ ଫିଲ୍ମର କିଛି ଆକ୍ସନ୍ ସିନ୍ ଦିଲ୍ଲୀ ରାସ୍ତାରେ ସୁଟିଂ କରାଯାଉ । ସଲମାନ ଦିଲ୍ଲୀର ଐତିହାସିକ ଲାଲ କିଲ୍ଲା ସହ ଅନେକ ସ୍ଥାନରେ ନିଜର ସିନ୍ ସୁଟ୍ କରିବେ । କୋଭିଡ ପ୍ରୋଟୋକଲର ସମ୍ପୂର୍ଣ୍ଣ ପାଳନ ହେବ ସୁଟିଂ ସେଟରେ । ଫେବୃଆରୀ ୧୨ ସୁଦ୍ଧା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ସେମାନେ ଫେବୃଆରୀ ୧୪ ରୁ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିବେ ।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *