IPL ନିଲାମି ପାଇଁ ୫୯୦ ଖେଳାଳିଙ୍କ ତାଲିକା ଘୋଷଣା କଲା BCCI

IPL ନିଲାମି ପାଇଁ ୫୯୦ ଖେଳାଳିଙ୍କ ତାଲିକା ଘୋଷଣା କଲା BCCI

BENGALOORE 02/02/2022: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-୨୦୨୨ ପାଇଁ ନିଲାମି ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଆଇପିଏଲ ପାଇଁ ମୋଟ ୫୯୦ ଜଣ ଖେଳାଳିଙ୍କ ତାଲିକା ଜାରି ହୋଇଛି । ଆସନ୍ତା ଫେବୃୟାରି ୧୨ ତାରିଖ ୧୩ ତାରିଖ ଦୁଇ ଦିନ ଧରି ନିଲାମ ହେବ । ବିସିସିଆଇ ଆଇପିଏଲର ୧୫ତମ ସଂସ୍କରଣ ପାଇଁ ବେଙ୍ଗାଲୁରରେ ଭବ୍ୟ ନିଲାମିର ଆୟୋଜନ କରିିବ । ଚଳିତ ବର୍ଷ ନିଲାମ ପାଇଁ ସର୍ବାଧିକ ରିଜର୍ଭ ଦର ୨ କୋଟି ଟଙ୍କା ରଖାଯାଇଛି । ବିସିସିଆଇ ଜାରି କରିଥିବା ଖେଳାଳି ତାଲିକାରେ ୪୮ ଜଣ ଏପରି ଖେଳାଳି ଅଛନ୍ତି ଯାହାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା । ସେହିପରି ୨୦ ଖେଳାଳିଙ୍କ ବେସ ପ୍ରାଇସ୍ ଦେଢ କୋଟି ଟଙ୍କା ଓ ୩୪ ଖେଳାଳିଙ୍କ ବେସ ପ୍ରାଇସ ରହିଛି ଏକ କୋଟି ଟଙ୍କା ରହିଛି । ଚଳିତ ବର୍ଷ ନିଲାମିରେ ୩୭୦ ଭାରତୀୟ ଖେଳାଳି ସାମିଲ ହୋଇଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ପାଇଁ ନିଲାମ ହେବାକୁ ଥିବା ଖେଳାଳି ତାଲିକାରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳି, ୱେଷ୍ଟଇଣ୍ଡିଜର ୩୪ ଏବଂ ଦକ୍ଷିଣ ଆଫ୍ରିକାରୁ ଅଛନ୍ତି ୩୩ ଜଣ ଖେଳାଳି । ଚଳିତ ବର୍ଷ ଆଇପିଏଲ ପାଇଁ ଯେଉଁ ୫୯୦ ଖେଳାଳିଙ୍କ ନିଲାମ ହେବାକୁ ଯାଉଛି, ସେମାନଙ୍କ ମଧ୍ୟରେ ୨୨୮ ତମ କ୍ୟାପଡ ଖେଳାଳି, ୩୫୫ ଜଣ ଅନକ୍ୟାପଡ୍ ଓ ୭ ଜଣ ଆସୋସିଏଟସ ଖେଳାଳି ରହିଛନ୍ତି ।
ଆଇପିଏଲ୍‌ର ମେଗା ନିଲାମ ପାଇଁ କିଛି ପ୍ରମୁଖ ଖେଳାଳିଙ୍କ ମୂଳ ନିଲାମ ରାଶି ରଖାଯାଇଛି ୨ କୋଟି ଟଙ୍କା।ଭାରତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶିଖର ଧାୱନ, ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ବିନ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ପ୍ୟାଟ୍ କମିନ୍ସ, କାଗିସୋ ରବାଦା, ମିଚେଲ୍ ମାର୍ସ ଏବଂ ଷ୍ଟିଭେନ୍ ସ୍ମିଥ୍ ପ୍ରମୁଖଙ୍କ ପାଇଁ ମଧ୍ୟ ଏହି ମୂଳ ରାଶି ରହିଛି। ଶୀର୍ଷ ବନ୍ଧନୀର ୨ କୋଟି ମୂଳ ରାଶି ତାଲିକାରେ ମଧ୍ୟ ମହମ୍ମଦ ସାମି, ଭୁବନେଶ୍ବର କୁମାର, ଦେବଦତ୍ତ ପଡ଼ିକଲ, ୟୁଝବେନ୍ଦ୍ର ଚହଲ, ଶାର୍ଦୁଳ ଠାକୁର ରହିଛନ୍ତି ।

ବେଙ୍ଗାଲୁରୁରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ହେବାକୁ ଥିବା ନିଲାମରେ କେଉଁ ଖେଳାଳି କେତେରେ ଯିବେ ଦେଖିବାର ଅଛି । ଏହି ଦୁଇ ଦିନିଆ ମେଗା ନିଲାମ ପାଇଁ ମୋଟ ୧୨୧୪ ଖେଳାଳି ପଞ୍ଜିକୃତ ହୋଇଥିବା ବେଳେ ୫୯୦ ଜଣ ଚୂଡାନ୍ତ ନିଲାମକୁ ମନୋନୀତ ହୋଇଛନ୍ତି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *