ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୭ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୭ ମୃତ

ପୁନେ:ମହାରାଷ୍ଟ୍ରର ପୁଣେରେ ଗୁରୁବାର ବିଳମ୍ବିତ ରାତିରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ନିର୍ମାଣାଧୀନ କୋଠା ରେ ଶ୍ରମିକଙ୍କ ଉପରେ ଲୁହା ସ୍ଲାବ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁନେର ୟେରୱାଡା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ମିଳିବା ପରେ ଦମକଳ ବାହିନୀର ଟିମ୍ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଛନ୍ତି । ଡେପୁଟି ପୋଲିସ କମିଶନର ରୋହିଦାସ ପାୱାର କହିଛନ୍ତି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ସୁସ୍ଥ ହେବା ନେଇ କାମନା କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର ବେସମେଣ୍ଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଚାଲିଥିଲା । ସେହି ସମୟରେ ପାର୍କିଂରେ ଅଚାନକ ଏକ ଲୁହା ସ୍ଲାବ୍ ଖସିପଡ଼ିଥିଲା । ଏଥିପାଇଁ ୧୬ ଏମଏମର ଲୁହା ରଡରେ ଏକ ଜାଲି ତିଆରି ହୋଇଥିଲା । ଆଉ ଉକ୍ତ ଜାଲି ସାହାରାରେ ଠିଆ ହୋଇ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ଜାଲିଟି ହଠାତ୍‌ ଖସିପଡ଼ିଥିଲା । ଏହା ତଳେ ଶ୍ରମିକମାନେ ଫସିଯାଇଥିଲେ । ଲୁହା ରଡ୍ ଗୁଡ଼ିକ ଶ୍ରମିକମାନଙ୍କ ଶରୀରରେ ପଶିଯାଇଥିଲା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଶ୍ରମିକମାନେ ବିହାରର ବୋଲି ଜଣାପଡ଼ିଛି ।

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *