
ପାକିସ୍ତାନର 2ଟି କ୍ୟାମ୍ପ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
- ଦେଶ ବିଦେଶମୁଖ୍ୟ ଖବର
- February 4, 2022
- No Comment
- 143
କରାଚୀ:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସେଠାର ଜଣେ ବରିଷ୍ଠ ମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି। ଆତଙ୍କବାଦ ବିରୋଧରେ ଏହା ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି..ସୁରକ୍ଷା ବଳ ପକ୍ଷରୁ ତୁରନ୍ତ ଏହାର ଠିକଣା ଜବାବ ଦିଆଯାଇଥିଲା। ନୋଶକିରେ ୯ ଆତଙ୍କବାଦୀ ଏବଂ ୪ ସୈନ୍ୟ ନିହତ ହୋଇଥିବାବେଳେ ପଞ୍ଜଗୁର୍ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଗୃହମନ୍ତ୍ରୀ ଶେଖ୍ ରଶିଦ ଅହମଦ କହିଛନ୍ତି..ବୁଧବାର ପଞ୍ଜଗୁର ଏବଂ ନୋଶକି ଜିଲାରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା। ପଞ୍ଜଗୁରରେ ଆତଙ୍କବାଦୀମାନେ ସୁରକ୍ଷା ବଳ କ୍ୟାମ୍ପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେହିପରି ନୋଶକିରେ ସେମାନେ ଏକ ଫ୍ରଣ୍ଟିୟର କର୍ପସ୍ ପୋଷ୍ଟକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ବେଆଇନ ଘୋଷିତ ବାଲୋଚ ଲିବରେଶନ ଆର୍ମୀ (ବିଏଲ୍ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସେମାନେ ପାକିସ୍ତାନର ଦୁଇଟି ସେନା କ୍ୟାମ୍ପ୍ରେ ୧୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମାରିଥିତ୍ବା ଏକ ପ୍ରେସ୍ ବିବୃତି ଜାରି କରି କହିଛନ୍ତି। ଉଭୟ ପଞ୍ଜଗୁର ଏବଂ ନୋଶକି ମିଲିଟାରୀ କ୍ୟାମ୍ପ୍ର ଅଧିକାଂଶ ଭାଗ ସେମାନଙ୍କ ଅକ୍ତିଆରରେ ଥିବା ବେଲୁଚିସ୍ତାନ ଲିବରେଶନ ଆର୍ମି ଦାବି କରିଛି। .