ତହସିଲଦାରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ ।

ତହସିଲଦାରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ ।

ରାଜଗାଙ୍ଗପୁର
ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିବା ସହ ଥାନା ରେ ଏତଲା ଦେଇଛନ୍ତି ଝାରସୁଗୁଡା ରେ ରହୁଥିବା ତାଙ୍କ ପତ୍ନୀ ଡାଲିଆ ଦେବ ନାଥ । ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କ ରଖି ନିଜ ତିନି କନ୍ୟା ସନ୍ତାନକୁ ମାରଧର କରୁଥିବା ଅଭିଯୋଗ ଆଣିବା ସହ ତିନି ସନ୍ତାନଙ୍କୁ ସାଙ୍ଗରେ ନେଇ ଯିବାକୁ
ଆଜି ସକାଳେ ରାଜଗାଙ୍ଗପୁର ତହସିଲଦାର ଶରତ ବାଗ ଙ୍କ ପତ୍ନୀ ଡାଲିଆ ଦେବନାଥ ଝାରସୁଗୁଡା ରୁ ଆସି ରାଜଗାଙ୍ଗପୁର ତହସିଲ ରେ ପହଞ୍ଚିଥିଲେ । ପତ୍ନୀ ଆସୁଥିବା ପୂର୍ବରୁ ଖବର ପାଇ ତହସିଲଦାରଘରେ ତାଲା ମାରି କୁଆଡେ ଫେରାର ମାରିଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଶରତ ବାଗ କୁ ସେ ୨୦୦୬ ରେ ବିବାହ କରିଥିଲେ । ତାଙ୍କ ଔରସ ରୁ ତିନି କନ୍ୟା ସନ୍ତାନ ଅଛନ୍ତି । ଯାହାଙ୍କ ବୟସ ୧୪ ,୯ ଓ ୫ ବର୍ଷ । ସ୍ତ୍ରୀଙ୍କ କହିବା ଅନୁଯାୟୀ ପୂର୍ବରୁ ବହୁ ମହିଳାଙ୍କ ସହ ସମ୍ପର୍କ ରଖି ଆସୁଥିବା ନେଇ ବିବାଦ ରହିଛି । ବର୍ତ୍ତମାନ ସେ ରାଜଗାଙ୍ଗପୁର ରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ଘରେ ରଖି ମୋ ଝିଅଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ପାଇ ଆଜି ସେ ତିନି ଝିଅଙ୍କୁ ସାଙ୍ଗରେ ନେଇଯିବାକୁ ରାଜଗାଙ୍ଗପୁର ତହସିଲକୁ ଆସିଥିଲେ । କିନ୍ତୁ ସେଠାରେ ତହସିଲଦାରଙ୍କୁ ନ ପାଇ କାର୍ଯ୍ୟାଳୟ ଯାଇ ସେଠାରେ ଖୋଜାଖୋଜି କରିଥିଲେ । ସେଠାରେ ନ ପାଇ ତହସିଲଦାର କୁଆଡ଼ ଗଲେ କାର୍ଯ୍ୟାଳୟ ଛାଡ଼ି କୁଆଡେ ଫେରାର ମାରିଲେ ବୋଲି କାର୍ଯ୍ୟାଳୟ କର୍ମାଚାରୀଙ୍କୁ ପଚାରି ଥିଲେ । କିନ୍ତୁ ଅଧିନସ୍ତ କର୍ମଚାରୀ ଏହାର ଜବାବ ଦେଇନଥିଲେ । ଫୋନ କଲେ ମଧ୍ୟ ତହସିଲଦାର ଫୋନ ଉଠାଇ ନଥିଲେ ଶେଷରେ ତହସିଲଦାରଙ୍କ ଡ୍ରାଇଭର ଙ୍କୁ ଧରି ଥିଲେ । ସେଠାରେ ତହସିଲଦାରଙ୍କ ସହ ଫୋନ ରେ କଥା ହେବା ବେଳେ ତହସିଲଦାର ଫୋନ କାଟି ଦେଇଥିଲେ ।ଶେଷରେ ରାଜଗାଙ୍ଗପୁର ଥାନା ରେ ଏ ନେଇ ମାମଲା ରୁଜୁ କରିଛନ୍ତି । ତାଙ୍କ କହିବା କଥା ହେଲା ଶରତ ପର ଝିଅଙ୍କ ସହ ସମ୍ପର୍କ ରଖନ୍ତୁ ମୋର ଆପତ୍ତି ନାହିଁ କିନ୍ତୁ ତାଙ୍କ ତିନି ଝିଅଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତାଙ୍କୁ ତିନି ଝିଅକୁ ଫେରାଇ ଦିଆଯାଉ ବୋଲି ଥାନା ରେ ଅଭିଯୋଗ କରିଛନ୍ତି ।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *