
ରିମୁଳି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣ
- Breaking news
- February 5, 2022
- No Comment
- 118
ଚମ୍ପୁଆ ରିପୋର୍ଟର ଦାଶରଥି ଗିରି
ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ
ଚମ୍ପୁଆ ତା୫/o୧ରିମୁଳି ଫାଣ୍ଡି ଅନ୍ତର୍ଗତ ରିମୁଳି ବାଇପାସଠାରେ ଅପରାହ୍ନରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟି ଯାଇଛି। ଖବର ଲେଖା ହେଲାବେଳକୁ ଗାଡିର କୌଣସି ପତା ମିଳିନଥିଲା ବେଳେ ରାସ୍ତା ଉପରେ ଗାଡି ଯୁବକର ମୁଣ୍ଡ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।ମୃତକ ଜଣକ ରିମୁଳି ଗ୍ରାମର ସୁକେଶ ବେହେର (ସାଇବ) ବୋଲି ଜଣାଯାଇଛି। ରିମୁଳି ବାଇପାସଠାରେ ନିର୍ମାଣଧିନ ନିଜସ୍ଵ ନୂତନ ବାସ ଗୃହକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ଉତେଜିତ ହୋଇ ମୃତ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିବା ଦେଖାଦେଇଛି ।
ଚମ୍ପୁଆ ରୁ ଦାଶରଥି ଗିରିଙ୍କ ରିପୋର୍ଟfocus plus