ମୌଳିକ ସୁବିଧା ରୁ ବଞ୍ଚିତ ତଟାଗୁଡା ବାସୀ । ନଳକୂଅ ଅଚଳ, ପାଣି ପାଇଁ ହା ହା କାର । ଝରଣା ପାଣି ଭରସା।

ମୌଳିକ ସୁବିଧା ରୁ ବଞ୍ଚିତ ତଟାଗୁଡା ବାସୀ । ନଳକୂଅ ଅଚଳ, ପାଣି ପାଇଁ ହା ହା କାର । ଝରଣା ପାଣି ଭରସା।

ମୌଳିକ ସୁବିଧା ରୁ ବଞ୍ଚିତ ତଟା ଗୁଡା ବାସୀ । ନଳ କୂଅ ଅଚଳ, ପାଣି ପାଇଁ ହା ହା କାର । ଝରଣା ପାଣି ଭରସା। ଦଶମନ୍ତପୁର ତା ୯/୨ ଖରା ନ ଆସୁଣୁ ଆରମ୍ଭ ହେଲାଣି ଜଳ କଷ୍ଟ । ପାଣି ପାଇଁ ହା ହା କାର ପାଲଟି ଗଲାଣି ଗାଁ ଗୁଡିକ । ଝରଣା ପାଣି ରେ ଭରସା କରି ଶୋଷ ମେଣ୍ଟାଇ ଆସୁଥିବା ଅଭିଯୋଗ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ ତଟା ଗୁଡା ଗ୍ରାମ ରେ । ଏହି ଗ୍ରାମରେ ଆଦିବାସୀ ଓ ଅଣ‌‌‌ ଆଦିବାସୀ ସମ୍ପ୍ରଦାୟ ର ସୋର୍ବ ମୋଟ ୫୨ ପରିବାର ଲୋକ ମାନେ ବସବାସ କରନ୍ତି। ଗାଁ ରେ ଏକ ମାତ୍ର ନଳକୂଅ ରହିଛି । ହେଲେ ଦିର୍ଘ ୩ ବର୍ଷ ହେଲା ନଳକୂଅ ଅଚଳ ହୋଇଥିବା କୁହାଯାଇଛି। ଏହା ର ମରାମତି ଓ ସ୍ଥାୟୀ ପାନୀୟ ଜଳ ର ସୁବିଧା କରିବା ଲାଗି ଗ୍ରାମ ବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ମୈଖିକ ଓ ଲିଖିତ ଭାବେ ଅଭିଯୋଗ କରି ଆସୁଛନ୍ତି । ହେଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ଅନ୍ୟ ପଟେ ଗତ କିଛି ମାସ ହେଲା ପଣସ ଗୁଡା ଓ ତଟା ଗୁଡା ଗାଁ ମୁଣ୍ଡରେ ସଲାର ପମ୍ପ ସଂଯୋଗ ଦ୍ବାରା ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ସେଥିରେ ମଧ୍ୟ ନିୟମିତ ଗାଁ ଲୋକଙ୍କୁ ପିଇବା ପାଣି ମିଳୁନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ କୈାଣସି ବିକଳ୍ପ ନ ପାଇ ଶେଷରେ ଗାଁ ନିକଟସ୍ଥ ଝାଙ୍କର ଝଲା ନାଳ ରୁ ପାଣି ସଂଗ୍ରହ କରି ବର୍ଷ ତମାମ ଶୋଷ ମେଣ୍ଟାଇ ଆସୁଥିବା ଗାଁ ର ଭଗବତୀ ମୁଦୁଲି, ବାସନ୍ତୀ ମିଣିଆକା, ଯୋଗ ପୂଜାରି, ରାଜେନ୍ଦ୍ର ମାଣ୍ଡିଙ୍ଗ ପ୍ରମୁଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ନାଳ ପାଣି ବ୍ୟବହାର କରୁଥିବା ଦ୍ବାରା ବିଭିନ୍ନ ସମୟରେ ଗ୍ରାମ ବାସୀ ରୋଗ ଜର ର ଶିକାର ହେଉଛନ୍ତି। ତୁରନ୍ତ ଏହି ଗ୍ରାମ କୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରି ସ୍ଥାୟୀ ପାନୀୟ ଜଳର ବ୍ୟବସ୍ଥା କରିବା ଲାଗି ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ପାଣି ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ଜଳ ଓ ପରିମଳ ମିଶନ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସଂଜିତ କୁମାର ଅଲି ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ନ ଲାଗିବା ଦ୍ବାରା ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ମଧ୍ୟ ଗ୍ରାମାଞ୍ଚଳ ର ଲୋକ ମାନେ ଜଳ କଷ୍ଟ ଭୋଗୁଛନ୍ତି। ସେ ପଟେ ସରକାର ବିକାଶ ର ଡିମିଣ୍ଡି ମାରୁ ଥିବା ବେଳେ ଗାଁ ରେ ଏହାର ବ୍ୟତିକ୍ରମ ଚିତ୍ର ବୟାନ କରୁଛି। ତେବେ ଏଥିରେ ପିଇବା ପାଣି ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *