କଥା ପତ୍ରିକା ଉନ୍ମୋଚିତ

କଥା ପତ୍ରିକା ଉନ୍ମୋଚିତ

 


ଇସ୍ପାତ ସହରର ସାହିତ୍ୟ ଖଟିରେ ପହଞ୍ଚିଲା ଓଡ଼ିଆ ଗଳ୍ପର ନବଜାତକ “କଥା” ବାର୍ଷିକ ବିଶେଷାଙ୍କ। ଏହାର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ପାଦକ ଗୌରହରି ଦାସ, ସହ ସମ୍ପାଦକ କ୍ଷେତ୍ରବାସୀ ନାଏକ, ସମ୍ପାଦନା ସହଯୋଗୀ ଅଞ୍ଜନା ମହାନ୍ତି। ଏ ସଂଖ୍ୟାରେ ଗୋଦାବରୀଶ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ପୁଣ୍ୟପ୍ରଭା ଦେବୀ, ବିଭୁତି ପଟ୍ଟନାୟକଙ୍କ ଠାରୁ ଦେବବ୍ରତ ଦାସଙ୍କ ପର୍ଯ୍ୟନ୍ତ ଗଳ୍ପ ଓ ଉପନ୍ୟାସରେ ଭରପୁର, ଲେଖା ଗୁଡିକ ଖୁବ୍ ସୁନ୍ଦର ଓ ମନୋଲୋଭା ହୋଇଥିଲା। ପତ୍ରିକାଟି ପାଠକ ମାନଙ୍କ ଅପେକ୍ଷାରେ ରହିଥିବା ବେଳେ ଗୋଟିଏ ପତ୍ରିକା ଗୋଟିଏ ବହି, ଓଡ଼ିଆ ଭାଷାର ବିକାଶ ପାଇଁ। ଆଜିର ଅତିଥି ବ୍ୟଙ୍ଗ ଭାରତୀ କବି ବ୍ରଜବିହାରୀ ଦାସ, ଫୁଲ ମଣିଷ ସୁକାନ୍ତ କୁମାର ଦାସ, ଗାଳ୍ପିକ କାଶୀନାଥ ନନ୍ଦି, ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *