ପୋଲିସ ଡିଜି ଶୁନିଲ୍ କୁମାର ବଂସଲ  କନ୍ଧମାଳ ଜିଲ୍ଲା ଗସ୍ତକରି ଫେରିବାର ୧୨ଘଣ୍ଟା ନପୁରୁଣୁ ଭୋଟ ବର୍ଜନ ପାଇଁ ମାଓବାଦୀ ଲଗାଇଲେ ଲାଲ ବ୍ୟାନର ।

ପୋଲିସ ଡିଜି ଶୁନିଲ୍ କୁମାର ବଂସଲ କନ୍ଧମାଳ ଜିଲ୍ଲା ଗସ୍ତକରି ଫେରିବାର ୧୨ଘଣ୍ଟା ନପୁରୁଣୁ ଭୋଟ ବର୍ଜନ ପାଇଁ ମାଓବାଦୀ ଲଗାଇଲେ ଲାଲ ବ୍ୟାନର ।

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଜୁଡାବାଲି ଗ୍ରାମ ପଞ୍ଚାୟତ ର ରଡ଼ିଗୁମା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଲବହିନୀଙ୍କ ଦ୍ବାରା ଏକ ଲାଲ ବ୍ୟାନର ରେ ଭୋଟ ବର୍ଜନ କରନ୍ତୁ, ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ଓ ଦୁର୍ନୀତି, ଦରଦାମ ବୃଦ୍ଧି, ବେରୋଜଗାର, ଦମନ, ବିସ୍ଥାପନ , ଜଙ୍ଗଲଜମି ପଟ୍ଟା, ପେଷା ଆଇନ ଲାଗୁ ମୌଳିକ ଆବଶ୍ୟାକତା ଏହି ହାତଲେଖା ଲାଲ ବ୍ୟାନରରେ ଉଲେଖ ରହିବା ସହ ଏହି ବ୍ୟାନର ତଳଭାଗରେ ସି.ପି.ଆଇ (ମାଓବାଦୀ) ବଂଶଧାରା, ଘୁମୁସର, ନାଗାବଳି ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି । ତେବେ କିଛିଦିନ ପୂର୍ବରୁ ତୁମୁଡିବନ୍ଧ ଥାନା ବେନାରବାହାଲ ଅଂଚଳରେ ମାଓବାଦୀ ପୋଷ୍ଟର ଲଗା ଯାଇଥିବା ବେଳେ ପୁଣି କିଛି ଦିନ ବ୍ୟବଧାନପରେ କୋଟଗଡ଼ ଥାନା ଅଂଚଳରେ ପୁଣି ଲାଲବାହିନୀ ନିଜର ସ୍ଥିତି ଜାହିର କରିଥିବା ଜଣାପଡିଛି । ଅନ୍ୟପଟେ ଏହିଭଳି ଘଟଣା କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି ।
ତୁମୁଡିବନ୍ଧ ରୁ ପ୍ରବୀଣ କୁମର ପଟ୍ଟନାୟକ ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍

 

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *