ଚାଲିଛି ସ୍ୱଚ୍ଛ ଭାରତମିଶନ : ଜରାଜିର୍ଣ୍ଣ ଅବସ୍ଥାରେ ସରକାରୀ ପାଇଖାନା

ଚାଲିଛି ସ୍ୱଚ୍ଛ ଭାରତମିଶନ : ଜରାଜିର୍ଣ୍ଣ ଅବସ୍ଥାରେ ସରକାରୀ ପାଇଖାନା

ତାଳଚେର: ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କାର ଅନୁଦାନ ଆସିଛି ସତ, ହେଲେ ସେଥିରୁ ସିଂହଭାଗ ବାଟମାରଣା ହୋଇଛି । କେଉଁଠି ପାଇଖାନା ନିର୍ମାଣ ନ ହୋଇ ଟଙ୍କା ହଡ଼ପ ହୋଇଛି ତ ପୁଣି କେଉଁଠି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପାଇଖାନା ଭୁଶୁଡ଼ି ଗଲାଣି । କେଉଁ ପାଇଖାନାରେ କବାଟ ନାହିଁ ତ ଆଉ କେଉଁ ପାଇଖାନାର ମେଜିଆ ତଳକୁ ଭୂଷୁଡ଼ି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ କିଛି ହିତାଧିକାରୀ ପାଇଖାନା ଅବସ୍ଥା ବିପର୍ଯ୍ୟସ୍ତ ହେବାରୁ ବାଧ୍ୟ ହୋଇ ତା ଭିତରେ କାଠ, ଖୁଂଟ ଇତ୍ୟାଦି ରଖୁଛନ୍ତି । ପାଇଖାନା ନଥିବା ଯୋଗୁଁ ଲୋକ ବାହାରକୁ ଶୌଚ ହେବାକୁ ଯାଉଛନ୍ତି । ଏହା ଫଳରେ ପରିବେଶ ଦୂଷିତ ହେବା ସହିତ ଜନସାଧାରଣ ବିଭିନ୍ନ ରୋଗର ଆକ୍ରାନ୍ତ ହେଉଛନ୍ତି । ସରାକର ମହତ୍ୱ ଉଦ୍ଧେଶ୍ୟ ରଖି ଏହି ଯୋଜନା ସଫଳ କରିବାପାଇଁ ଅଂଟା ଭିଡ଼ିଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ସ୍ୱଚ୍ଛଭାରତ ମିଶନ ଯୋଜନା ଯାଇଛି ତୂଲିକୁ ବୋଲି ଆଜି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଲୋକେ ପାଇଖାନାରେ ମଳତ୍ୟାଗ କରନ୍ତୁ କି ବାହାରେ ସେ ବିଷୟ ଦୂରେ ଥାଉ, କିନ୍ତୁ ସବୁ ଗାଁ ବହ୍ୟ ମଳମୁକ୍ତ ଗାଁ ହିସାବରେ କେବଳ କାଗଜପତ୍ରରେ ସୀମିତ ରହିଛି । ଏଣୁ ଏବେ ପ୍ରଶାସନ ସ୍ୱଚ୍ଛ ଭାରତ ଅଭିଯାନ ପରିବର୍ତେ ‘ବାହ୍ୟ ମଳମୁକ୍ତ ଗାଁ’ ସାଇନ୍ ବୋର୍ଡ଼ ମାରି ଖାଲି ବାହାବା ନେଉଛନ୍ତି । ସେହିଭଳି ବ୍ଲକ୍‌ରେ ୨୦୧୮-୧୯ ଏବଂ ୨୦୧୯-୨୦ ପ୍ରାୟ ପଂଚାୟତରେ ପାଇଖାନା ନିର୍ମାଣ ନାମରେ ବିପୁଳ ପରିମାଣର ଅର୍ଥ ହେରଫେର୍ କରାଯାଇଥିବା ଅଭିଯୋଗ ହୋଇଛି ।

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *