ପଂଚାୟତ ନିର୍ବାଚନରେ ଟକ୍କର ଦେବାପାଇଁ କଂଗ୍ରେସର ପ୍ରୟାସ

ପଂଚାୟତ ନିର୍ବାଚନରେ ଟକ୍କର ଦେବାପାଇଁ କଂଗ୍ରେସର ପ୍ରୟାସ

ତାଳଚେର : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ  ମଧ୍ୟ ପଛରେ ପଡ଼ି ନାହିଁ, ବେଶ ଆଚାର ବ୍ୟବହାର ରଖିଥିବା ପ୍ରାର୍ଥୀଙ୍କୁ ଏଥର ମଇଦାନକୁ ଓହ୍ଲାଇଛି । ପ୍ରାର୍ଥୀମାନେ ଉଚ୍ଚ ଶିକ୍ଷିତ ଓ ଉନ୍ନତ ପରିବାରରୁ ପ୍ରାର୍ଥି କରାଯାଇଥିବାରୁ, ଏଥର ନିର୍ବାଚନରେ ରୋଚକ ମୋଡ଼ ନେଲାଭଳି ଆଶଙ୍କା କରାଯାଉଛି । ବାହୁବଳୀଙ୍କୁ ପାଖରେ ସ୍ଥାନ ଦେଇନାହିଁ । ମଦ, ବାହୁବଳୀ ଓ ଅର୍ଥ ଲୋଭରେ ଭୋଟ ନଦେବାକୁ ଓ ଗାଁ ଗାଁରେ ବିକାଶ ସ୍ଥାଣୁତାକୁ ନେଇ ମତ ଲୋକଙ୍କ ପାଖରେ କଂଗ୍ରେସ୍ ପଂହଚାଇଛି । ସୀମିତ ଅର୍ଥରେ ପ୍ରଚାର ପ୍ରସାର ଯୋରଦାର କରିବାକୁ ଦଳପକ୍ଷରୁ ଆପ୍ରାଣ ଚେଷ୍ଟା ଚଳାଇଛି । କଂଗ୍ରେସ୍ ଦଳର ନେତା ଓ କର୍ମୀ ଏଥର ଏକତା ଓ ନିଜ ନିଜ ମଧ୍ୟ ସମନ୍ୱୟ ରକ୍ଷାକରି ତାର ପ୍ରଚାରକୁ ଆଗେଇ ନେବାରେ ପ୍ରତିବଦ୍ଧତା ଥିବା ଭଳି ମନେ ହେଉଛି । ଦଳ ପକ୍ଷରୁ ଗାଁକୁ ଗାଁ ଘର ଘର ବୁଲି ତାର ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଭୋଟ ହାର ଆଶତୀତ ବଢ଼ିବା ଓ କଂଗ୍ରେସ୍ ପ୍ରତି କିପରି ଲୋକଙ୍କୁ ଆକୃଷ୍ଟ କରାଯିବ ଏହାର ପୁରୁଖା ଓ ବଳିଷ୍ଠ ନେତାମାନେ ଆଗକୁ ବାହାରିଛନ୍ତି । ବିଜେପି ଓ ବିଜେଡ଼ିର କାର୍ଯ୍ୟବଳୀ ଭୋଟରଙ୍କ ପାଖରେ ରଖୁଛନ୍ତି । ବିଶେଷ କରି ମହିଳା, ନାବାଳିକା ଅତ୍ୟାଚାର, ଚିଟ୍‌ଫଣ୍ଡ ମିଥ୍ୟା ଯୋଜନା , ତାଳଚେର ମେଡ଼ିକାଲ କଲେଜ, ଥର୍ମାଲ ଓ ଏଫସିଆଇ ନହେବା, ବେରୋଜଗାରୀ ତଥା ଏଅଂଚଳର ଜନପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ପ୍ରତି ଭୋଟର୍ ଭାଇ ଭଉଣୀ ମାନଙ୍କ ପାଖରେ ଏହାକୁ ଆଧାର କରି ଭୋଟ ଭିକ୍ଷା କରୁଛନ୍ତି । କଂଗ୍ରେସ୍ ଦଳର ବ୍ଲକସଭାପତି ଜ୍ଞାନରଞ୍ଜନ ପାଣି ନିଜେ ଏହାର ମଙ୍ଗ ସମ୍ଭାଳିଛନ୍ତି । ସେ ଅଂଚଳର ଜଣେ ଦକ୍ଷ ଲୋକପ୍ରିୟ ନେତା ଓ ବରିଷ୍ଠ ଆଇନ୍‌ଜୀବୀ ହୋଇଥିବାରୁ ଏକ ସ୍ୱେଚ୍ଛ ଓ ନିଆରା ନିର୍ବାଚନ ହେବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *