ମା’ କାଟିଦେଲା ୱାଇ-ଫାଇ ତାର, ପୁଅ ପୁରା ପରିବାରକୁ କଲା ହତ୍ୟା

ମା’ କାଟିଦେଲା ୱାଇ-ଫାଇ ତାର, ପୁଅ ପୁରା ପରିବାରକୁ କଲା ହତ୍ୟା

ନୂଆଦିଲ୍ଲୀ : ସ୍ପେନ୍‌ରେ ୱାଇ-ଫାଇ କନେକ୍ସନ୍ କଟିଯିବାରୁ ଜଣେ ୧୫ ବର୍ଷର ନାବାଳକ ତାର ମା, ବାପା ଏବଂ ସାନଭାଇଙ୍କୁ ଗୁଳି କରି ହତ୍ୟା କରିଛି। କେବଳ ଏତିକି ନୁହେଁ, ସେ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ମୃତଦେହ ସହିତ ଘରେ ବନ୍ଦ ହୋଇ ରହିଛି। ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି। ସ୍ପେନର ଏଲ୍‌ଶ ସହରରେ ଏହି ହତ୍ୟାକାଣ୍ଡ ଘଟାଇଥିବା ନାବାଳକ ନିଜ ଅପରାଧ ସ୍ୱୀକାର କରିଛି।ସୂଚନା ଅନୁଯାୟୀ, ସ୍କୁଲରେ ଖରାପ ମାର୍କ ଆଣିଥିବାରୁ ଏବଂ ଘର କାମରେ ସାହାଯ୍ୟ କରୁ ନଥିବାରୁ ପିଲାଟିର ମା’ ତାର ୱାଇ-ଫାଇ କନେକ୍ସନ୍ କାଟି ଦେଇଥିଲେ। ଏଥିରେ ରାଗିଯାଇ ପିଲାଟି ତାର ମା, ବାପା ଏବଂ ୧୦ ବର୍ଷର ଭାଇକୁ ଗୁଳି କରି ହତ୍ୟା କରିଥିଲା। ସେ ମୃତଦେହ ସହିତ ତିନି ଦିନ ଧରି ଘରେ ରହିଥିଲା ଏବଂ ପରେ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା। ଏଥି ସହିତ ପୋଲିସ ଷ୍ଟେସନରେ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛି। ଯାହା ସୂଚନା ମିଳିଛି ବର୍ତ୍ତମାନ ସେ ଜେଲରେ ଅଛି।

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.