ୟୁକ୍ରେନକୁ ବିମାନ ସେବା ବନ୍ଦ କଲେ ଅନେକ ଦେଶ, ତୃତୀୟ ବିଶ୍ୱ ଯୁଦ୍ଧ ସମ୍ଭାବନା

ୟୁକ୍ରେନକୁ ବିମାନ ସେବା ବନ୍ଦ କଲେ ଅନେକ ଦେଶ, ତୃତୀୟ ବିଶ୍ୱ ଯୁଦ୍ଧ ସମ୍ଭାବନା

କିଭ :ସମ୍ଭାବ୍ୟ ଯୁଦ୍ଧକୁ ନେଇ ବିଶ୍ୱବାସୀ ଆତଙ୍କିତ..ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବା ପ୍ରାୟ ନିଶ୍ଚିତ ବୋଲି ଅନେକ ରାଷ୍ଟ୍ର ଅନୁମାନ କରିସାରିଲେଣି। ଏଥିପାଇଁ ସେମାନେ ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ରୁ ପଳାଇ ଆସିବା ଲାଗି ପରାମର୍ଶ ଦେଇଛନ୍ତି । ଜରୁରି ନ ଥିଲେ ଅଯଥା ସେଠାକୁ ନ ଯିବା ପାଇଁ ବି କୁହାଯାଇଛି । ଏଭଳି ସ୍ଥିତିରେ କିଛି ବିମାନ ସେବା ପ୍ରଦାନକାରୀ କମ୍ପାନି (ଏୟାରଲାଇନ୍ସ) ୟୁକ୍ରେନ୍‌କୁ ବିମାନ ଉଡ଼ାଣ ବାତିଲ କରିଦେଇଛନ୍ତି।ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯେତେ ବୁଝାଇଲେ ବି ଆକ୍ରମଣ ପାଇଁ ରୁଷ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । ଯୁଦ୍ଧ ସଂକଟ ଟାଳିବା ପାଇଁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ଫୋନ୍‌ରେ କଥା ହୋଇଥିଲେ । ଉଭୟ କେବଳ ୟୁକ୍ରେନ୍‌ ବିବାଦ ଉପରେ ଫୋକସ୍‌ କରିଥିଲେ..ସୂଚନା ଅନୁସାରେ ଆଲୋଚନା ବେଳେ ପୁଟିନ୍‌ଙ୍କ ତରଫରୁ କୌଣସି ନରମ ମନୋଭାବ ପ୍ରକାଶ ପାଇ ନ ଥିଲା । ଏହାପରେ ବାଇଡେନ୍‌ ବି କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ୟୁକ୍ରେନ୍‌ ଉପରେ ଆକ୍ରମଣ ‘ଅତ୍ୟନ୍ତ ମହଙ୍ଗା’ ପଡ଼ିବ ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ । ତେଣୁ ଆଉ ମାତ୍ର ୭ ଦିନ ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଇତିମଧ୍ୟରେ ଆମେରିକା ଓ ଅନେକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଆମେରିକା ଏହାର ଦୂତାବାସ ଅଧିକାରୀଙ୍କୁ ମଧ୍ୟ ଠିକଣା ବଦଳାଇବାକୁ କହିଛି । ଏହି ସମ୍ଭାବ୍ୟ ଯୁଦ୍ଧ ହିଁ ତୃତୀୟ ବିଶ୍ୱଯୁଦ୍ଧର ଭିତ୍ତି ପକାଇବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *