ବଜରଙ୍ଗବାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଷଷ୍ଠ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଜାପନୀ ଉତ୍ସଵ

ବଜରଙ୍ଗବାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଷଷ୍ଠ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଜାପନୀ ଉତ୍ସଵ

ଅନୁଗୁଳ:ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ ରେ ଜିଲ୍ଳାରୁ ପ୍ରାୟ ୧୬ ଜଣ କ୍ରିକେଟ ଟିମ କୁ ନେଇ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜକ ବଜରଙ୍ଗ ବାଲି କ୍ରିକେଟ କ୍ଲବ ଦ୍ୱାରା ଆୟୋଜନ କରାଯାଇଥିଲା ।କ୍ଲବ ର ଦୀପକ ସିଂ,ସ୍ବପ୍ନେଶ୍ୱର ପଣ୍ଡା,ଜ୍ୟୋତିରଞ୍ଜନ ସାମଲ,ଦଶରଥ ସାମଲ ତଥା ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀମତି ପଦ୍ମାଖି ସିଂ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ରେ ଅନୁଗୋଲ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା କ୍ରିକେଟ ଟିମ ଗୁଡିକ ମଧ୍ୟରୁ ସାନକେରଜାଙ୍ଗ ପଂଚାୟତ ର କ୍ରିକେଟ ଟିମ ବିଜେତା ହୋଇଥିଲେ ଓ ନିଜେ ଆୟୋଜକ ବଳରାମ ପ୍ରସାଦ ବଜରଙ୍ଗବାଲି କ୍ରିକେଟ କ୍ଳବ ରନରସ ଅପ ହୋଇଥିଲେ ।ଉଦଜାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଣ୍ଟରନେସନଲ ହ୍ୟୁମାନ ରାଇଟ କାଉନସିଲର ଜିଲ୍ଲା ପ୍ରସିଡେଣ୍ଟ ,ଅପରାଜିତା ଓମେନ୍ସ କ୍ଳବ ର ପ୍ରେସିଡେଣ୍ଟ, ବିଶ୍ବହିନ୍ଦୁ ପରିଷଦ ମାତୃଶକ୍ତି ର ଜିଲ୍ଲା କୋଡ଼ିନେଟର ,ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ମହିଳା ଜିଲ୍ଲା ଉପସଭାପତି,ଆତ୍ମସନମାନ ସଂଗଠନ ର ପ୍ରତିଷ୍ଠାତା ଶ୍ରୀମତି ପଦ୍ମାଖି ସିଂ ,ସଂମାନିତ ଅତିଥି ଭାବେ ବଳରାମପ୍ରସାଦ ସମବାୟ ସମିତି ର ସଭାପତି ଶ୍ରୀଯୁକ୍ତ ବିନାୟକୁମାର ସିଂ ,ସିଂହବାହିନୀ ଓ ପାରିଜାତ କ୍ଳବ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂ,ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ପୁରୁଷୋତ୍ତମ ସିଂ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଏହି ଅବସର ରେ ଶ୍ରୀମତି ସିଂ ନିଜ ତରଫରୁ ଆୟୋଜକ ବଜରଙ୍ଗବାଲି କ୍ରିକେଟ କ୍ଳବ କୁ ଟ୍ରଫି ପ୍ରଦାନ କରି ପ୍ରଶଂସା ଓ ସଂମାନିତ କରିଥିଲେ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *