ଇମ୍ରାନ ଖାନଙ୍କ ଆସନ ଟଳମଳ

ଇମ୍ରାନ ଖାନଙ୍କ ଆସନ ଟଳମଳ

ବିପଦରେ ଇମ୍ରାନ ଖାନ ଙ୍କ ଚୋୖକି ..ପାକିସ୍ତାନରେ ରାଜନୈତିକ ପରିସ୍ଥିତି ଅଦଳବଦଳ ହୋଇପାରେ । ଇମ୍ରାନ୍ ଖାନ୍‌ଙ୍କ ଚୌକି ଉପରେ ବିପଦ ଆସିପାରେ । କାରଣ ଇମ୍ରାନ୍ ଖାନଙ୍କୁ ଚୌକିରୁ ହଟାଇବା ପାଇଁ ବିରୋଧୀମାନେ ଉଦ୍ୟମ କରୁଛନ୍ତି । ପାକିସ୍ତାନ ଡେମୋକ୍ରେଟିକ୍ ମୁଭମେଣ୍ଟ ଇମ୍ରାନ ସରକାର ବିପକ୍ଷରେ ନୋ କନଫିଡେନ୍ସ ମୋସନ ଆଣିବାକୁ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ଇମ୍ରାନଙ୍କ ୩ୟ ପତ୍ନୀ ବୁଶରା ବିବି ମଧ୍ୟ ତାଙ୍କ (ଇମ୍ରାନ)ଙ୍କ ବିପକ୍ଷରେ ଯାଉଥିବା ଗଣମାଧ୍ୟମ ରିପୋର୍ଟ କରିଛି । ବିରୋଧୀଙ୍କ ଦ୍ୱାରା କୁହାଯାଇଛି ଯେ, ଇମ୍ରାନ୍ ଖାନ ଦେଶ ଚଳାଇବାରେ ବିଫଳ ହୋଇଛନ୍ତି । ତେଣୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି । ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳଙ୍କର ଏହି ମେଣ୍ଟରେ ବିଲାୱାଲ ଅଲି ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି, ନୱାଜ ଶରୀଫଙ୍କ ପାକିସ୍ତାନ ମୁସଲିମ ଲିଗ ଓ ଇମ୍ରାନ୍ ଖାନ ସରକାରରେ ସହଯୋଗୀ ଦଳ ମୁତ୍ତାହିଦା କୌମୀ ମୁଭମେଣ୍ଟ ଓ ପାକିସ୍ତାନ ମୁସଲିମ ଲିଗ ମଧ୍ୟ ସାମିଲ ରହିଛି । ଏହି ସବୁ ଦଳ ଗୁଡ଼ିକ ସରକାର ବିପକ୍ଷରେ ମୋର୍ଚ୍ଚା ଖୋଲିଛନ୍ତି । ସୂତ୍ର ଅନୁସାରେ ଯଦି ଇମ୍ରାନ ଖାନ ନିଜ ଆସନ ହରାନ୍ତି, ତା’ହେଲେ ତାଙ୍କ ସ୍ଥାନରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଆସିଫ ଅଲି ଜର୍ଦ୍ଦାରୀଙ୍କୁ ଆଗାମୀ ରାଷ୍ଟ୍ର ନେତା ଭାବେ ଦେଖାଯାଇପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫ ଏହି ଦୌଡ଼ରେ ନାହାନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଇମ୍ରାନ ଖାନ କହିଥିଲେ ଯେ, ସେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.