ବଢୁଛି ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା

ବଢୁଛି ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା

 

କ୍ୱିଭ୍‌,-ବଢୁଛି ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା  ..ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍‌ ସପକ୍ଷରେ ସାମରିକ ବଳ ପଠାଇବାରେ ଲାଗିଛନ୍ତି। ଆସନ୍ତା ୧୬ ତାରିଖରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକାର ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। ସମ୍ଭାବ୍ୟ ଯୁଦ୍ଧ ଏଡ଼ାଇବା ଲାଗି ପୁଟିନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନାରୁ ସୁଫଳ ମିଳିନାହିଁ। ଏଥିଯୋଗୁ ସୀମାରେ ସଙ୍କଟ ଘନେଇବାରେ ଲାଗିଛି। ଯୁଦ୍ଧ ଆଶଙ୍କାର ପ୍ରଭାବ କେବଳ ସାମରିକ ଅଥବା କୂଟନୈତିକ ସ୍ତରରେ ନୁହେଁ, ବରଂ ବିଶ୍ୱ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାରମ୍ବାର ସତର୍କ କରାଇଆସୁଥିବାବେଳେ ମସ୍କୋ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି। ଏହା ସତ୍ତ୍ୱେ ରୁଷିଆର ଲକ୍ଷାଧିକ ସୈନ୍ୟ ୟୁକ୍ରେନକୁ ଘେରି ରହିଛନ୍ତି। ୟୁକ୍ରେନ ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ରୁଷିଆ ସୈନ୍ୟ ସମରାଭ୍ୟାସ ଜାରି ରଖିଛନ୍ତି। ଏହା ଉପରେ ୟୁକ୍ରେନ ରୁଷିଆଠାରୁ ଜବାବ ମାଗିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ ଡାକିଛି। ପ୍ରମୁଖ ୟୁରୋପୀୟ ସୁରକ୍ଷା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ରୁଷିଆ ସହ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଏହାର ସୀମାରେ ଉତ୍ତେଜନା ସୃଷ୍ଟିର କାରଣ ପଚାରିବ।

ଅନ୍ୟପକ୍ଷରେ ଯୁଦ୍ଧ ଭୟରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଦେଶ ସେମାନଙ୍କ ଦୂତାବାସ କର୍ମଚାରୀଙ୍କୁ ଫେରି ଆସିବାକୁ କହିଥିବାବେଳେ ୟୁକ୍ରେନ ନ ଯିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଉଛନ୍ତି। ଆମେରିକା ପୂର୍ବରୁ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ କହିବା ସହ କ୍ୱିଭ୍‌ରେ ଥିବା ଦୂତାବାସ କର୍ମଚାରୀଙ୍କୁ ଫେରିଆସିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ବ୍ରିଟେନ, ଜର୍ମାନୀ, ଇଟାଲୀ, ଆୟର୍ଲାଣ୍ଡ, ବେଲଜିୟମ,ଇସ୍ରାଏଲ୍‌, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ନିଜ ନିଜ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଫଳରେ ସେଠାରେ ରହୁଥିବା ବିଦେଶୀ ନାଗରିକମାନେ ଏବେ ନିଜ ନିଜ ଦେଶ ମୁହାଁ ହୋଇଛନ୍ତି।ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା କୁ କେହି ବି ଟାଳି ପାରିବେନି

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *